ଚରଣଜିତ ସିଂହ ଚନ୍ନୀ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ  : ପଞ୍ଜାବକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ଚରଣଜିତ୍‌ ସିଂହ ଚନ୍ନୀ ହେଲେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଗତକାଲି କ୍ୟାପଟେନ୍‌ ଅମରିନ୍ଦର ସିଂହ ସିଏମ୍‌ ପଦରୁ ଇସ୍ତଫା ଦେବାପରେ କିଏ ଧରିବ ମଙ୍ଗ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଜି ଚରଣଜିତ୍‌ ସିଂହ ଚନ୍ନିଙ୍କ ନାଁ ରେ ମୋହର ମାରିଛନ୍ତି କଂଗ୍ରେସ ହାଇକମାଣ୍ଡ ।

ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତଙ୍କ ଟୁଇଟ କରି ଏହି ସୂଚନା ଦେଇଛନ୍ତି।  ସୂଚନା ଅନୁଯାୟୀ ଚରଣ ଜିତ୍ ସିଂ ଚନ୍ନୀ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଏହାସହ ଚରଣଜିତ୍ ସର୍ବସମ୍ମତି କ୍ରମେ କଂଗ୍ରେସ ଲେଜିସଲେଟର ପାର୍ଟିର ନେତା ଭାବେ ନିର୍ବାଚିତ ହୋଇଥିବା ଜଣା ପଡିଛି ।

Leave A Reply

Your email address will not be published.

ବ୍ରେକିଂ