ପୁରୀରେ ବୋମାମାଡ ଘଟଣାରେ ୭ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ: ବୋମାମାଡ କରିଥିଲେ, ଏବେ ବନ୍ଧାହେଲେ । ପୁରୀରେ ଗତ ଶୁକ୍ରବାର ହୋଇଥିବା ବୋମାମାଡ ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ପୁରୀ ଏସପି କନୱର ବଶାଲ ସିଂ ସୂଚନା ଦେଇଛନ୍ତି । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, କଟୁରୀ, ହାତ ବୋମା, ଛୁରା ଓ ଦୁଇଟି ମୋବାଇଲ ଜବତ କରାଯାଇଛି ।

ସୂଚନାଯୋଗ୍ୟ, ପୁରୀ ଲୋକନାଥ ଘାଟ ଅଞ୍ଚଳରେ ଗତ ୧୫ ତାରିଖରେ ବୋମାମାଡ ହୋଇଥିଲା । ଏନେଇ ପୋଲିସ ୩ଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ତେବେ, ଏହି ଘଟଣାରେ ଅଧିକ ତଦନ୍ତ ଚାଲୁଥିବା ପୁରୀ ଏସପି କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ