ଛେରାପହଁରାରେ ଗଜପତି ମହାରାଜାଙ୍କ ୫୦ ବର୍ଷ ପୂରଣ

ପୁରୀ: ଛେରାପହଁରାକୁ ୫୦ ବର୍ଷ ପୂରଣ କରି ଗଜପତି ମହାରାଜାଙ୍କ ରେକର୍ଡ । ଚଳିତ ବର୍ଷକୁ ମିଶାଇ ଛେରାପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି  ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

୧୯୭୧ ମସିହାରୁ ଛେରାପହଁରା କରି ଆସୁଛନ୍ତି ଗଜପତି ମହାରାଜା।  କେବଳ ୧୯୭୬ରେ ଛେରାପହଁରା କରିପାରିନଥିଲେ । ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ ଛେରାପହଁରା କରିପାରିନଥିଲେ। ଗଜପତି ମହାରାଜାଙ୍କୁ ଏବେ ୬୮ ବର୍ଷ ।

ସୂଚନାଯୋଗ୍ୟ, ଆଜି ଜନ୍ମବେଦିରୁ କର୍ମବେଦିକୁ ବାହୁଡ଼ୁଛନ୍ତି ମହାବାହୁ। । ନବଦିନ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ। କରୋନା କଟକଣା ପାଇଁ ଏଥର ବି ବିନା ଭକ୍ତରେ ହେଉଛି ବାହୁଡ଼ା ଯାତ୍ରା।

Leave A Reply

Your email address will not be published.

ବ୍ରେକିଂ