ସେମିଫାଇନାଲରେ ପିଭି ସିନ୍ଧୁ

ଟୋକିଓ: କ୍ରୀଡା ପ୍ରେମୀଙ୍କ ପାଇଁ ଖୁସି ଖବର। ଟୋକିଓରେ କମାଲ କଲେ ପିଭି ସିନ୍ଧୁ । ସେମିଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ । ଫଳରେ ଭାରତକୁ ଆଉ ଏକ ପଦକ ମିଳିବା ଆଶା ଉଦ୍ଜୀବିତ ହୋଇଛି । ଏକ ଚମତ୍କାର ମ୍ୟାଚରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କୁ ପରାସ୍ତ କରିଛନ୍ତି । ସିଧା ଖେଳରେ ୟାମାଗୁଚି ୨୧-୧୩, ୨୨-୨୦ରେ ପରାସ୍ତ ହୋଇଥିଲେ । ଏହି ସଂଗ୍ରାମ ୫୬ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ସିନ୍ଧୁ ଏହି ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ ପଦକଠାରୁ ଆଉ ଗୋଟିଏ ପାଦ ଦୂରରେ ଅଛନ୍ତି ।

ଆଜି ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନରେ ଆଜି ଭାରତୀୟ ଖେଳାଳି ନିଜର ଭର ପ୍ରଦର୍ଶନ ଦେଖାଇଛନ୍ତି । ମହିଳା ବକ୍ସର ଲୋଭଲିନା ବୋର୍ଗୋହେନ ଭାରତର ଆକାଉଣ୍ଟରେ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି । ସେ ୬୯ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଚାଇନାର ତାଇପେଇର ନିନ୍ ଚିନ୍ ଚେନଙ୍କୁ ୪-୧ରେ ପରାସ୍ତ କରିଛନ୍ତି । ଏହି ବିଜୟ ସହିତ ଲୋଭଲିନା ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥି ସହିତ ଧନୁର୍ଦ୍ଧର ଦୀପିକା କୁମାରୀ ମହିଳା ବ୍ୟକ୍ତିଗତ କ୍ୱାର୍ଟର ଫାଇନାଲ ମ୍ୟାଚ୍ ହାରିବା ପରେ ଆଉଟ୍ ହୋଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ