ଟ୍ରେନ୍‌ରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ: ମାସ୍କ ପିନ୍ଧୁନଥିବ ବ୍ୟକ୍ତି ଏବେଠୁ ହୋଇଯାଅ ସାବଧନ। ନହେଲେ ମୋଟ ଅଙ୍କର ଗଣିବାକୁ ପଡିବ ତଣ୍ଡ । ତେବେ ରେଲୱେ ଷ୍ଟେସନ ପରିସରରେ ତଥା ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଯଦି କୌଣସି ବ୍ୟକ୍ତି ମାସ୍କ ପିନ୍ଧିନଥିବେ କିମ୍ବା ଏହାକୁ ସଠିକ ରୂପେ ମୁହଁରେ ଘୋଡାଇ ନ ରଖିଥିବେ ତେବେ ୫୦୦ ଟଙ୍କା ଫାଇନ୍‌ ଗଣିବାକୁ ପଡିବ। କରୋନା ମହାମାରୀକୁ ଦୃଷ୍ଟି ରଖି ରେଳ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି ।

ରେଳ ମନ୍ତ୍ରାଳୟର ସବୁ ଜୋନ୍‌କୁ ଏହି ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ପ୍ରବେଶ ସମୟରେ ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ସଠିକ୍‌ ରୂପେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। କେବଳ ଏତିକି ନୁହେଁ, ରେଳବାଇ ପରିଷ୍କାର ପରିଚ୍ଛନ୍ନତାର ସହ ଯାତ୍ରୀ କିମ୍ବା ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଛେପ ପକାଇବାକୁ ମଧ୍ୟ ମନା କରାଯାଇଛି ।  ଯେଉଁମାନେ ଛେପ ପକାଇବେ ଏବଂ ମାସ୍କ ପିନ୍ଧି ନଥିବେ ସେମାନଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ରେଳ ମନ୍ତ୍ରଣାଳୟ କହିଛି ।

ଦେଶରେ ଉଗ୍ର ରୂପ ହେଉଛି କରୋନା ମହାମାରୀ।  ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୬ ମାସ ପାଇଁ ରେଳବାଇ ଏହି ନିର୍ଦ୍ଦେଶ ଜାରି କରିଛି।

Leave A Reply

Your email address will not be published.

ବ୍ରେକିଂ