ପ୍ରବଳ ବର୍ଷା ସମ୍ଭାବନା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି । ତେବେ ଆଜି ବି ପ୍ରବଳ ବର୍ଷା ସମ୍ଭାବନା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କେନ୍ଦୁଝର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆ଼ଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଅନୁଗୁଳ ଓ ସୁବର୍ଣ୍ଣପୁରରରେ ବର୍ଷା ରେକର୍ଡ ଭାଙ୍ଗିଛି ଅନୁଗୁଳର ତାଳଚେରରେ ସର୍ବାଧିକ ୩୯୪ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ସୁବର୍ଣ୍ଣପୁରର ବୀରମହାରାଜପୁରରେ ୩୭୨ ମି.ମି. ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ମୋଟ ୪୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି

Leave A Reply

Your email address will not be published.

ବ୍ରେକିଂ