ରାଇରଙ୍ଗପୁର ସାମନ୍ୟ ବଚସାକୁ ନେଇ ହତ୍ୟା, ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ସାମନ୍ୟ ବଚସାକୁ ନେଇ ହତ୍ୟା। ରାଇରଙ୍ଗପୁର ଥାନା ଭାଲୁବସା ପଞ୍ଚାୟତର ବୁଢ଼ାମରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସୁକେଶ ମହାନ୍ତ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଚନ୍ଦ୍ର ମୋହନକୁ ଗିରଫ  କରିଥିବା ଜଣାଯାଇଛି ।

ସୂଚନା ମୁତାବିକ ସୁକେଶଙ୍କ ପଡୋଶୀ ଚନ୍ଦ୍ର ମୋହନ ମହାନ୍ତ ଛେଳି ଚରାଇ ଫେରୁଥିବା ବେଳେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଚନ୍ଦ୍ର ମୋହନ ସୁକେଶଙ୍କ ମୁଣ୍ଡରେ ଏକ ଠେଙ୍ଗା ରେ ପ୍ରହାର କରିଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବୋହୁ ମଧ୍ୟ ଆକ୍ରମଣର ଶିକାର ହେବା ସହିତ ମୁଣ୍ଡ ଫାଟି ଯାଇଥିଲା। ତେବେ ସୁକେଶଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

ବ୍ରେକିଂ