ଜେଲରୁ ମୁକୁଳିଲେ ବ୍ୟବସାୟୀ ରାଜ୍ କୁନ୍ଦ୍ରା

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ଗିରଫ ହୋଇଥିବା ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ସୋମବାର ଜାମିନ ମିଳିଲା। ଦୁଇ ମାସ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ରାଜ କୁନ୍ଦ୍ରା ଆଜି ଜେଲରୁ ମୁକୁଳିଛନ୍ତି । ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ୫୦,୦୦୦ ଟଙ୍କାର ଜାମିନ ପ୍ରଦାନ କରିଛନ୍ତି। ସେପଟେ ଅଭିନେତ୍ରୀ ତଥା ପତ୍ନୀ ଶିଳ୍ପା ରାଜ କୁନ୍ଦ୍ରାଙ୍କ ଜାମିନ ପାଇବାକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି।

ଶିଳ୍ପା ଶେଟ୍ଟୀ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ପଜେଟିଭ୍ ପୋଷ୍ଟ ସେୟାର କରିଛନ୍ତି। ଶିଳ୍ପା ଇନ୍ଦ୍ରଧନୁର ଫଟୋ ସହିତ ଲେଖିଛନ୍ତି-‘ଇନ୍ଦ୍ରଧନୁର ଅସ୍ତିତ୍ୱ ପ୍ରମାଣ କରେ ଯେ ଏକ ଖରାପ ଝଡ଼ ପରେ ମଧ୍ୟ ସୁନ୍ଦର ଜିନିଷ ହୋଇପାରେ।’ ତେବେ ସ୍ୱାମୀ ଜେଲ ଯିବା ପରେ ସେ ସୋସିଆଲ ମିଡିଆରୁ ଟିଭି ସୋ ପର୍ଯ୍ୟନ୍ତ ନିଜକୁ ଦୂରେଇ ରଖିଥିଲେ। କିନ୍ତୁ କିଛି ସମୟ ପରେ ସେ ଫେରିଥିଲେ। ସେ ବର୍ତ୍ତମାନ ଡ୍ୟାନ୍ସ ରିଆଲିଟି ସୋ ‘ସୁପର ଡାନ୍ସର୍ ଚ୍ୟାପ୍ଟର ୩’ରେ ଜଣେ ଜଜ୍ ଭାବରେ ନଜର ଆସିଛନ୍ତି।

ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗତ ଜୁଲାଇ ୧୯ ତାରିଖରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ସେବେଠୁ ଜେଲ୍‌ରେ ଥିଲେ ରାଜ କୁନ୍ଦ୍ରା। କିଛି ଦିନ ପୂର୍ବେ ଏହି ମାମଲାର ଚାର୍ଜସିଟ ଦାଖଲ ହୋଇଥିଲା

Leave A Reply

Your email address will not be published.

ବ୍ରେକିଂ