ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନି

ଭୁବନେଶ୍ୱର : ଚଳିତ ବର୍ଷ ପୁରୀ ଛଡ଼ା ଅନ୍ୟ  କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ପୁରୀରେ କୋଭିଡ କଟକଣା ସହ ରଥଯାତ୍ରା ହେବ । ପୁରୀରେ ରଥ ଯାତ୍ରାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସବୁ ଜାଗାରେ ରଥ ଯାତ୍ରା ବନ୍ଦ ରହିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ପୁରୀରେ କୋଭିଡ଼ ଗାଇଡ଼ଲାଇନ୍‌ ଅନୁସାରେ ରଥ ଯାତ୍ରା ହେବ । କେବଳ ସେବାୟତ ଓ ସୁରକ୍ଷକର୍ମାମାନେ ରଥ ଟାଣିବେ । ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ଯଦି ରିପୋର୍ଟ ପଜିଟିଭ୍‌ ଆସେ, ତେବେ ସେମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବନାହିଁ । କେବଳ ନେଗେଟିଭ୍‌ ରିପୋର୍ଟ ଥିବା ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ଅନୁମତି ଦିଆଯିବ । ନଚେତ ଦୁଇ ଡୋଜ୍‌ ଟିକା ନେଇଥିବା ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବ ।

ସେପଟେ ରଥଯାତ୍ରା ସମୟରେ ପୁରୀରେ ଜିଲ୍ଲା ପ୍ରଶାସନ ଦ୍ଵାରା କର୍ଫ୍ୟୁ ଲାଗୁ କରାଯିବ । ବାହାର ଲୋକଙ୍କୁ ପୁରୀରେ ପ୍ରବେଶ ଅନୁମତି ମିଳିବ ନାହିଁ  । ପୁରୀକୁ ଟ୍ରେନ୍‌ ସମେତ ଅନ୍ୟ ଯାନ ପ୍ରବେଶ ଉପରେ କଟକଣା ଲାଗିବ  । ତେବେ ପୁରୀ ଛଡ଼ା ଓଡିଶା ଅନ୍ୟ କୌଣସି ସ୍ଥାନରେ ରଥ ଟଣା ହେବ ନାହିଁ । ଅନ୍ୟ ସ୍ଥାନରେ କେବଳ ମନ୍ଦିର ପରିସରରେ ନୀତିକାନ୍ତି ହେବ ।

 

 

Leave A Reply

Your email address will not be published.

ବ୍ରେକିଂ