ମହାପ୍ରଭୁଙ୍କ ତିନି ରଥ କେବଳ ସେବାୟତମାନେ ଟାଣିବେ

ପୁରୀ : କୋଭିଡ୍ କଟକଣା ମଧ୍ୟରେ ହେବ ଚଳିତ ବର୍ଷର ରଥଯାତ୍ରା । ଗତବର୍ଷ ଭଳି କେବଳ ସେବାୟତ ମାନେ ହିଁ ରଥ ଟାଣିବେ । ମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀ ରଥ ଟାଣିବେ ନାହିଁ । ଏଥିପାଇଁ ପ୍ରଶାସନ ପକ୍ଷରୁ ସେମାନଙ୍କର ଟିକାକରଣ କରାଯିବା ସହିତ ସେମାନଙ୍କୁ ମାସ୍କ, ସାନିଟାଇଜର ଏବଂ ଗୋଟିଏ ଲେଖାଏଁ ଗାମୁଛା ଯୋଗାଇ ଦିଆଯିବ । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସୂଚନା ଦେଇଛନ୍ତି ।

ରଥଯାତ୍ରା ବେଳେ ସେବାୟତମାନେ ଫଟୋ ଉଠାଇବା ମନା । ରଥଟଣା ବେଳେ ସେବାୟତମାନଙ୍କୁ ମୋବାଇଲ ଏବଂ କ୍ୟାମେରା ବାରଣ କରାଯାଇଛି । ଏଥିସହ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ବିଶ୍ରାମର ବ୍ୟବସ୍ଥା ହେବ ।

ଅନ୍ୟପଟେ କୋଭିଡ୍ କଟକଣା ମଧ୍ୟରେ ଚଳିତ ବର୍ଷ ରଥଯାତ୍ରା ଆୟୋଜନ ହେବା ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେଣୁ କିଭଳି ଭାବେ ସୁରୁଖୁରରେ ରଥଯାତ୍ରା ଆୟୋଜିତ ହେବ ସେନେଇ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ସେବାୟତ, ଅଫିସରମାନଙ୍କର ଟିକାକରଣ ହେବା ପରେ ହିଁ ସେମାନେ ରଥଯାତ୍ରାରେ ସାମିଲ ହୋଇପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ