ଚିକିତ୍ସା ପାଇଁ ସଞ୍ଚିତ କରି ରଖିଥିବା ଟଙ୍କାକୁ ମୂଷା କାଟିଦେଲା

ହାଇଦ୍ରାବାଦ :  ଚିକିତ୍ସା ପାଇଁ ସଞ୍ଚିତ କରି ରଖିଥିବା ଟଙ୍କାକୁ କାଟି ନଷ୍ଟ କରିଦେଲା ମୂଷା । ହଜାରେ କି ଦୁଇ ହଜାରେ ନୁହେଁ ପ୍ରାୟ ଦୁଇ ଲକ୍ଷ ଟଙ୍କା କାଟି ନଷ୍ଟ କରି ଦେଇଛି ମୂଷା । ଏଭଳି ଏଭଳି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ଇନ୍ଦିରାନଗର ଥାଣ୍ଡାର ଭେମାନୁର ଗାଁରେ ।

ସୁଚନା ଅନୁସାରେ, ଇନ୍ଦିରାନଗର ଥାଣ୍ଡାର ଭେମାନୁର ଗାଁର ରେଡ୍ଡୀ ନାୟକ ନାମକ ଜଣେ ବ୍ୟକ୍ତି ପରିବା ଚାଷ କରି ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ତେବେ ଦେହରେ ଅସୁସ୍ଥ ହେବାରୁ ସେ ଚେକଅପ କରିବା ପାଇଁ ମେଡିକାଲ ଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ଷ୍ଟୋମାକ ହୋଇଛି ବୋଲି କହିଲେ । ଆଉ ଏଥିପାଇଁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ  ।

ତେଣୁ ସେ ପରିବା ବିକ୍ରି କରି ତାଙ୍କ ପେଟର ଅସ୍ତ୍ରୋପଚାର ପାଇଁ କିଛି ଟଙ୍କା ଜମା ରଖିଥିଲେ ଏବଂ ଆଉ କିଛି ଟଙ୍କା ତାଙ୍କ ସମ୍ପର୍କୀୟଙ୍କୁ ମାଗି ରଖିଥିଲେ । ତେବେ ସେହି ଟଙ୍କା ଏକ କପଡା ବ୍ୟାଗରେ ଭର୍ତ୍ତି କରି ଆଲମାରିରେ ରଖି ଦେଇଥିଲେ। । କିଛି ଦିନ ପରେ ସେ ଯେତେବେଳେ ଆଲମାରୀ ଖୋଲି ଦେଖିଲେ ମୂଷା ସବୁ ଟଙ୍କା କାଟି ଦେଇଛି । ଯାହାକୁ ଦେଖି ସେ ପୂରା ଭାଙ୍ଗି ପଡିଲେ । ଚିକିତ୍ସା ଲାଗି ପ୍ରାୟ ୨ ଲକ୍ଷ ଟଙ୍କା କେତେ କଷ୍ଟରେ ଯୋଗାଡ କରି ରଖିଥିଲେ ଯାହା ମୂଷା କାଟି ସବୁ ସର୍ବନାଶ କରିଦେଇଛି ।

ଏହି ଚିରା ନୋଟ ବଦଳାଇବା ପାଇଁ ସେ ଅନେକ ବ୍ୟାଙ୍କ ନିକଟକୁ ଯାଇଥିଲେ, କିନ୍ତୁ ସମସ୍ତ ବ୍ୟାଙ୍କ ଅଧିକାରୀ ମନା କରିଦେଇଥିଲେ। ତେବେ ବ୍ୟାଙ୍କଗୁଡିକ ତାଙ୍କୁ ଆରବିଆଇର ହାଇଦ୍ରାବାଦ ଶାଖାରେ ରିପୋର୍ଟ କରିବାକୁ କହିଛନ୍ତି । ଯଦି ଏହି ଅର୍ଥ ଫେରି ନପାଆନ୍ତି ତାହେଲେ ତାଙ୍କ ଚିକିତ୍ସା ହେବେ ତାକୁ ନେଇ ଚିନ୍ତାରେ ପୂରା ପରିବାର ।

Leave A Reply

Your email address will not be published.

ବ୍ରେକିଂ