ରେସଲିଂ ଫାଇନାଲରେ ରବି ଦହିଆ

ଟୋକିଓ: ଟୋକିଓ ଅଲମ୍ପିକରେ ଭାରତୀୟ କୁସ୍ତିଯୋଦ୍ଧା ରବି ଦହିଆ ଫାଇନାଲରେ ପ୍ରବେଶ । ବୁଧବାର ଦିନ ପୁରୁଷ କୁସ୍ତି ପ୍ରତିଯୋଗୀତାର ୫୭ କିଲୋ ବର୍ଗ ସେମିଫାଇନାଲରେ ସେ କାଜାକାସ୍ତାନର ସାନାୟେବ ନୁରିସ୍ଲାମଙ୍କୁ ପରାଜିତ କରି ଟୋକିଓ ଅଲମ୍ପିକର ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ ରୁଷିଆନ ଅଲିମ୍ପିକ କମିଟିର ଜାଉର ଉଗୁଉଭେଙ୍କ ସହିତ ।

ତେବେ ଯଦି ବି ସେ ହାରି ଯାଆନ୍ତି, ତା’ହେଲେ ତାଙ୍କୁ ରୌପ୍ୟ ପଦକ ମିଳିବ। କିନ୍ତୁ ଯଦି ସେ ସ୍ୱର୍ଣ୍ଣ ଜିତିବେ, ତା’ହେଲେ ଭାରତୀୟ ରେସଲିଂ ପାଇଁ ନୂଆ ଇତିହାସ ସୃଷ୍ଟି କରିବେ। ଯାହାକି ଭାରତ ପାଇଁ ଅଲିମ୍ପିକ୍ସରେ ଆଜି ଯାଏ କୌଣସି ରେସଲର ସ୍ୱର୍ଣ୍ଣ ଜିତି ନାହାନ୍ତି ।

ସେମିଫାଇନାଲ ମ୍ୟାଚରେ ରବି ଗୋଟିଏ ସମୟରେ ୮ ପଏଣ୍ଟ ପଛରେ ପଡିଯାଇଥିଲେ । ମାତ୍ର ମ୍ୟାଚ୍ ଶେଷ ହେବାର ମାତ୍ର ୧ ମିନିଟ୍ ପୂର୍ବରୁ ସେ କାଜାକାସ୍ତାନର କୁସ୍ତିଯୋଦ୍ଧାଙ୍କୁ ପରାଜିତ କରି ମ୍ୟାଚରୁ ବାହାର କରିଦେଇଥିଲେ । ଯାହାଫଳରେ ସହଜରେ ଫାଇନାଲକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ ।

ସୂଚନାଯୋଗ୍ୟ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ରବି କୁମାର କ୍ୱାର୍ଟର୍ ଫାଇନାଲରେ ବୁଲଗେରିଆର ଜର୍ଜି ଭାଲେଣ୍ଟିନୋଭ୍ ଭାଙ୍ଗେଲୋଭଙ୍କୁ ୧୪-୪ ପଏଣ୍ଟରେ ହରାଇ ସେମିଫାଇନାଲରେ ପହଞ୍ଚିଥିଲେ। ଏହା ପୂର୍ବରୁ ସେ ପ୍ରି-କ୍ୱାର୍ଟର୍ ଫାଇନାଲରେ କଲମ୍ବିଆର ଓସ୍କାର ଏଡୁଆର୍ଡ ଟାଇଗ୍ରେରୋସ୍ ଅର୍ବାନୋଙ୍କୁ ୧୩-୨ ପଏଣ୍ଟରେ ହରାଇଥିଲେ।

Leave A Reply

Your email address will not be published.

ବ୍ରେକିଂ