ରେପୋରେଟ୍ ୪% ଏବଂ ରିଭର୍ସ ରେପୋରେଟ୍ ୩.୩୫%ରେ ଅପରିବର୍ତ୍ତିତ

ମୁମ୍ବାଇ: ରେପୋରେଟ୍ ଏବଂ ରିଭର୍ସ ରେପୋରେଟରେ ଆରବିଆଇ କୌଣସି ପରିବର୍ତ୍ତନ କରିନାହିଁ। ରେପୋରେଟ ୪% ଏବଂ ରିଭର୍ସ ରେପୋରେଟ ୩.୩୫% ରେ ଅପରିବର୍ତ୍ତିତ ରଖାଯାଇଛି  । ଏହା ସହିତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଜିଡିପି  ଅଭିବୃଦ୍ଧି ଲକ୍ଷ୍ୟ ୧୦.୫% ଆକଳନ କରିଛନ୍ତି ଆରବିଆଇ ଗଭର୍ଣ୍ଣର । ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ମଙ୍ଗଳବାର ବୈଠକ ଶେଷ ହେବା ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କମିଟି ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ମୁଦ୍ରା ନୀତି ଉପସ୍ଥାପନ କରି ଆରବିଆଇ ଗଭର୍ଣ୍ଣର କହିଛନ୍ତି, ” କରୋନା ଯୋଗୁ ସାରାବିଶ୍ୱର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ କରୋନା ଟିକାକରଣ ଯୋଗୁଁ ଜିଡିପି ଟ୍ରାକ୍କୁ ଫେରୁଛି । ଯେଉଁଭଳି ଭାବେ ସଂକ୍ରମଣ ବୃଦ୍ଧି ପାଇଛି, ଟିକିଏ ଅନିଶ୍ଚିତତା ଦେଖାଦେଇଛି। କିନ୍ତୁ ଭାରତ ଚ୍ୟାଲେଞ୍ଜଗୁଡିକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି । ଫେବୃଆରୀ ୫ ରେ ଅନୁଷ୍ଠିତ ହୋଇଥିବା ମୁଦ୍ରା ନୀତି ସମୀକ୍ଷାରେ ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟ୍ ରେପୋ ହାରକୁ ୪% ଏବଂ ରିଭର୍ସ ରେପୋରେଟ ୩.୩୫% ପ୍ରତିଶତ ରଖାଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ