ରେପୋ ରେଟ୍‌ ୪% ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କ୍ରମାଗତ ଷଷ୍ଠଥର ପାଇଁ ଆର୍ଥିକ କାରବାର ସୁଧାରିବା ଲାଗି ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ୪% ଥିବା ରେପୋ ରେଟ୍‌ ଅପରିବର୍ତ୍ତିତ ରଖାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ସେହିପରି ରିଭର୍ସ ରେପୋ ରେଟ୍‌ ମଧ୍ୟ ପୂର୍ବଭଳି ୩.୩୫% ରଖାଯାଇଛି।

ଅର୍ଥାତ ଗ୍ରାହକଙ୍କୁ ଇଏମଆଇ କିମ୍ବା  ଋଣ ସୁଧ ହାରରେ କୌଣସି ନୂତନ ଆଶ୍ଵସ୍ତି ମିଳିନାହିଁ ।  ମାର୍ଜିନାଲ ଷ୍ଟାଣ୍ଡିଂ ଫେସିଲିଟି (ଏମଏସଏଫ) ହାର ମଧ୍ୟ ୪.୨୫ ପ୍ରତିଶତ ରହିଛି।

ସୁଧହାର ଅପରିବର୍ତ୍ତିତ ରଖିବା ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ,  ଦିନକୁ ଦିନ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଯୋଗୁଁ ରିଜର୍ଭ ବ୍ୟାଙ୍କର ଏମପିସି ପଲିସି ରେଟରେ  କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଛି। ଏଥର  ମୁଦ୍ରା ନୀତି ସମୀକ୍ଷାର ଫୋକସ ଆର୍ଥିକ ଅଭିବୃଦ୍ଧି ଉପରେ ରହିଛି। ଆର୍ଥିକ ବର୍ଷ ୨୨ପାଇଁ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ୍‌ ତା’ର ‘ଜିଡିପି’ ଅଭିବୃଦ୍ଧି ସଂଶୋଧନ କରିଛି। ପୂର୍ବରୁ ୧୦.୫% ‘ଡିଜିପି’ ଏବେ ୯.୫%ରେ ରହିଛି। ଏହଛଡ଼ା, ଆର୍ଥିକ ବର୍ଷ ୨୨ ନିମନ୍ତେ ଖାଉଟି ମୁଦ୍ରାସ୍ଫିତି ହାର ୫.୧% ରହିବ ବୋଲି ମଧ୍ୟ ରିଜର୍ଭ ବ୍ୟାଙ୍କ୍ ପ୍ରୋଜେକ୍ଟ୍ କରିଛି।

ଏଥିସହିତ କୋଭିଡ ମୁକାବିଲା କ୍ଷେତ୍ରରେ ଅର୍ଥନୀତିକୁ ସହାୟତା କରିବା ପାଇଁ ଆରବିଆଇର ଅର୍ଥନୀତିକୁ ନମନୀୟ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତେବେ କରୋନାର ପ୍ରଥମ ପ୍ରବାହ ଭଳି ଦ୍ବିତୀୟ ପ୍ରବାହ ଅର୍ଥନୀତିକୁ ଏତେଟା କ୍ଷତିଗ୍ରସ୍ତ କରିନାହିଁ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି ।

 

Leave A Reply

Your email address will not be published.

ବ୍ରେକିଂ