ଆରସିବିର ଆଉ ଜଣେ ଖେଳାଳି କରୋନା ପଜିଟିଭ

ନୂଆଦିଲ୍ଲୀ: ଆଇପିଏଲ ଆରମ୍ଭ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଆଉ ଏକ ବଡ଼ ଝଟକା ଲାଗିଛି । ଆରସିବିର ଖେଳାଳି ଡାନିଏଲ୍ ସାମସ୍ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ପୂର୍ବରୁ ଆରସିବିର ଓପନର୍ ଦେବଦତ୍ତ ପଡିକ୍କାଲ କରୋନାରେ ସଂକ୍ରମିତ ହୋଇଥିଲେ । ତେବେ କରୋନା ସଂକ୍ରମିତ ହେବା ପରେ ଡାନିଏଲ୍ ଙ୍କୁ ଆଇସୋଲେସନରେ ରଖାଯାଇଛି । ଟିମ୍‌ ମ୍ୟାନଜମେଣ୍ଟ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲ୍‌ରେ  ଡାନିଏଲ୍ କରୋନା ପଜିଟିଭ୍ ଥିବା ସୂଚନା ଦେଇଛି ।

ମ୍ୟାଚ ପାଇଁ ଏପ୍ରିଲ ୩ ତାରିଖରେ ଚେନ୍ନାଇ ହୋଟେଲରେ ପହଞ୍ଚିବା ପରେ ଡାନିଏଲ୍ ଙ୍କ କରୋନା ପରୀକ୍ଷା କରାଯାଇଥିଲା। ଏହି ସମୟରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏହାପରେ ଏପ୍ରିଲ ୭ ତାରିଖରେ ପୁଣିଥରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ତେବେ ଏଥର ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା ।  ଡାନିଏଲ୍ ଙ୍କର କରୋନାର କୌଣସି ଲକ୍ଷଣ ନଥିବା ବେଳେ ତାଙ୍କୁ ଆଇସୋଲେସନରେ ରଖି ଡାକ୍ତରୀ ସୁବିଧା ଯୋଗାଇ ଦିଆଯାଉଛି ।

ଏହା ଆରସିବି ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି ।  କାରଣ ସମସ୍ ଅନେକ ମ୍ୟାଚ୍ ଖେଳି ପାରିବେ ନାହିଁ ।  ଅଷ୍ଟ୍ରେଲିଆ ପାଇଁ ଡାନିଏଲ୍ ଚାରୋଟି ଟି -୨୦ ମ୍ୟାଚ୍ ଖେଳିଛନ୍ତି। ଏଥି ସହିତ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ତିନୋଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି । ଚଳିତ ବର୍ଷ ଦିଲ୍ଲୀ କ୍ୟାପିଲାଲ୍ସ ଡାନିଏଲ୍ ଙ୍କୁ ରିଲିଜ କରିଛି, ଯାହା ପରେ ଆରସିବି ତାଙ୍କୁ ନିଲାମରେ କିଣିଛି।

Leave A Reply

Your email address will not be published.

ବ୍ରେକିଂ