ମୁମ୍ବାଇକୁ ୧୬୬ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଅଧିନାୟକ ବିରାଟ୍ କୋହଲି ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୫ ରନ୍ କରିଛି। ଯାହାଫଳରେ ବିଜୟ ଦ୍ୱାରକୁ ଫେରିବା ପାଇଁ ମୁମ୍ବାଇକୁ ୧୬୬ ରନ୍ କରିବାକୁ ପଡ଼ିବ।

ବାଙ୍ଗାଲୋର ପକ୍ଷରୁ କୋହଲି ୪୨ ବଲରେ ୩ ଚୌକା ଓ ୩ ଛକା ସହ ୫୧ ଓ ମ୍ୟାକ୍ସୱେଲ୍ ୩୭ ବଲରେ ୬ ଚୌକା ଓ ୩ ଛକା ସହ ୫୬ ରନ୍ କରିଛନ୍ତି।  ସେହିପରି ଡି’ଭିଲିୟର୍ସ ୧୧, ଶାହବାଜ ଅହମ୍ମଦ ୧ ଓ ଡାନିଏଲ୍ ଖ୍ରୀଷ୍ଟିଆନ୍ (୧) ଓ କାଇଲ୍ ଜେମିସନ୍ (୨) ଅପରାଜିତ ଥିଲେ । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ବୋଲ୍ଟ, ମିଲନେ ଓ ରାହୁଲ୍ ଚହର୍ ଗୋଟିଏ ଲେଖାଏଁ  ସଫଳତା ପାଇଛନ୍ତି।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.

ବ୍ରେକିଂ