ନାରିନଙ୍କ ଘାତକ ବୋଲିଂରେ ଧରାଶାୟୀ ବାଙ୍ଗାଲୋର, କୋଲକାତାକୁ ଦେଲା ୧୩୯ ରନର ବିଜୟ ଲକ୍ଷ୍ୟ

ଶାରଜାହ: ଚଳିତ ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ଏଲିମିନେଟର ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର  । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୮ ରନ୍‌ ସଂଗ୍ରହ କରିଛି ବାଙ୍ଗାଲୋର । କ୍ବାଲିଫାୟର ୨ ମୁକାବିଲା ଖେଳିବାକୁ କୋଲକାତା ସାମ୍ନାରେ ୧୩୯ ରନର ବିଜୟ ଲକ୍ଷ୍ୟ ରହିଛି ।

ଦଳ ପକ୍ଷରୁ ଓପନର ଦେବଦତ୍ତ ପାଡିକଲ ଏବଂ ଅଧିନାୟକ ବିରାଟ କୋହଲି ପ୍ରଥମରୁ ଭଲ ଆରମ୍ଭ କରିଥିଲେ ସୁଦ୍ଧା ଦଳ ବଡ ସ୍କୋର କରିପାରିନାହିଁ । ପାଡିକଲ ବ୍ୟକ୍ତିଗତ ଭାବେ ୨୧ ରନ କରି ଆଉଟ ହୋଇଥିବା ବେଳେ କୋହଲି ୩୯ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଶ୍ରୀକର ଭରତ ୯ରନ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୧୫, ଏବି ଡି ଭିଲିୟର୍ସ ୧୧, ସେହବାଜ ଅହମ୍ମଦ ୧୩ ରନ କରି ଆଉଟ ହୋଇଛନ୍ତି । ଡାଦ୍‌ କ୍ରିଷ୍ଟିଆନ୍‌ ୯ରନ କରି ଆଉଟ ହୋଇଛନ୍ତି । ହର୍ଷଲ ପଟେଲ ୮ ଏବଂ ଜର୍ଜ ଗାର୍ଟନ୍‌ ୦ ରନ କରି ଅପରାଜିତ ଅଛନ୍ତି।

ସେହିପରି କୋଲକାତା ନାଇଟ ରାଇଡର୍ସର ବୋଲର ଦମଦାର ବୋଲିଂ କରିଛନ୍ତି । ସୁନୀଲ ନାରିନ୍‌ ବାଙ୍ଗଲୋରର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ସେ ୪ ଓଭର ବୋଲିଂ କରି ମାତ୍ର ୨୧ ରନ ଦେଇ ୪ଟି ଓ୍ବିକେଟ ନେଇଥିବା ବେ​‌ଳେ, ଲୋକି ଫର୍ଗ୍ୟୁସନ୍‌ ୪ ଓଭରରେ ୩୦ ରନ ୨ ଓ୍ବିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ