ଚଳିତବର୍ଷ ଭାରତରେ ୮୫ କୋଟି ସ୍ପୁଟନିକ-ଭି ଉତ୍ପାଦନ ଲକ୍ଷ୍ୟ

ହାଇଦ୍ରାବାଦ: ସ୍ପୁଟନିକ-ଭିର ଏକ ବଡ଼ ଅଂଶ ଭାରତରେ ଉତ୍ପାଦିତ ହେବ । ଚଳିତବର୍ଷ ଭାରତରେ ସ୍ପୁଟନିକ-ଭିର ୮୫ କୋଟି ଡୋଜ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଏନେଇ ରୁଷ୍ ଡାଇରେ ଇନଭେଷ୍ଟ୍‌ମେଂଟ୍‌ ଫଣ୍ଡ୍ ସିଇଓ କିରିଲ ଦିମିତ୍ରିଭ ସୂଚନା ଦେଇଛନ୍ତି ।

ରୁଷ ପ୍ରସ୍ତୁତ କରୁଥିବା କରୋନା ଟିକା ସ୍ପୁଟନିକ-ଭି ଖୁବଶୀଘ୍ର ମାର୍କେଟରେ ଉପଲବ୍ଧ ହେବ । ଭାରତରେ ଏହାର ଉତ୍ପାଦନ ଦାୟିତ୍ୱ ପାଇଥିବା ହାଇଦ୍ରାବାଦର ଡା ରେଡ୍ଡୀ ଲ୍ୟାବ ସ୍ପୁଟନିକ ଭିର ଡୋଜ୍‌ ପିଛା ଦାମ ଘୋଷଣା କରିଛି। ଦାମ ଘୋଷଣା ହେବା ପରେ ହାଇଦ୍ରାବାଦରେ ଡା ରେଡ୍ଡୀ ପକ୍ଷରୁ ଜଣଙ୍କୁ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ଡା ରେଡ୍ଡୀ ଲ୍ୟାବର କଷ୍ଟମ ଫାର୍ମା ସର୍ଭିସର ଗ୍ଲୋବାଲ ମୁଖ୍ୟ ଦୀପକ ସପ୍ରା ଭାରତରେ ପ୍ରଥମ ବ୍ୟକ୍ତି ଭାବେ ସ୍ପୁଟନିକ-ଭିର ଡୋଜ୍‌ ନେଇଛନ୍ତି।   ଆସନ୍ତା ସପ୍ତାହରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି ଜଣାପଡିଛି।

ଋଷରୁ ଏହି ଟିକା ୧ ମେ’ରେ ଭାରତରେ ପହଞ୍ଚିଥିଲା। ଡକ୍ଟର ରେଡ୍ଡୀ ଲ୍ୟାବ କହିଛି ଯେ, ୧୩ ମେ’ରେ ଏହି ଟିକାକୁ କେନ୍ଦ୍ରୀୟ ଡ୍ରଗ୍ସ ନିୟାମକ କୌଶଳୀ ଅନୁମୋଦନ କରିଛି।  ଟିକାର ଦ୍ଵିତୀୟ ଆମଦାନୀ ହେବ, କିନ୍ତୁ ଏହା ଭାରତୀୟ ସହଭାଗୀ କମ୍ପାନୀ ଦ୍ୱାରା ଉତ୍ପାଦିତ ହେବ। ଯେତେବେଳେ ଏହି ଟିକା ଭାରତରେ ତିଆରି ଆରମ୍ଭ ହେବ, ସେତେବେଳେ ଏହାର ମୂଲ୍ୟ ହ୍ରାସ ହୋଇପାରେ। କମ୍ପାନୀ ଏହାର ଉତ୍ପାଦନ ପାଇଁ ଭାରତର ୬ଟି ଟିକା ଉତ୍ପାଦନକାରୀ କମ୍ପାନୀ ସହ ଆଲୋଚନା କରିଛି।

 

 

Leave A Reply

Your email address will not be published.

ବ୍ରେକିଂ