ଆଜି ଠାରୁ ୧୫ ଅଗଷ୍ଟ ଯାଏଁ ଲାଲ୍ କିଲା ବନ୍ଦ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲାଲ୍ କିଲା ବନ୍ଦ । ସ୍ୱାଧୀନତା ଦିବସର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆଜିଠୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଲାଲ୍ କିଲା ଦୁର୍ଗକୁ ପ୍ରବେଶ ପାଇଁ ମନା ହୋଇଛି ।  ଯେଉଁମାନେ ଜୁଲାଇ ୨୧ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଲ୍ କିଲା ରେଡ୍ ଦୁର୍ଗ ପରିଦର୍ଶନ କରିବାକୁ ଯାଉଛନ୍ତି ସେମାନେ ପ୍ରବେଶ କରିବେ ନାହିଁ ।

ମଙ୍ଗଳବାର ସନ୍ଧ୍ୟାରେ ଲାଲକିଲ୍ଲା ବନ୍ଦ ହେବା ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ସୂଚନା ଦିଆଯାଇଛି । ଏକ ନିର୍ଦ୍ଦେଶ ପତ୍ର ଜାରି କରି ଦିଲ୍ଲୀ ସର୍କଲର ସମସ୍ତ ଅଧିକାରୀ, ଉତ୍ତର ଜିଲ୍ଲା ପୋଲିସ୍ ଏବଂ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରୁଥିବା ସିଏସ୍ଏଫ୍ କମାଣ୍ଡାଣ୍ଟଙ୍କୁ ସୂଚନା ଦେଇଛନ୍ତି ଏଏସଆଇ ଏନକେ ପାଠକ୍ ।

ସୁରକ୍ଷା ଦୃଷ୍ଟିରୁ ଜୁଲାଇ ୧୫ରୁ ଲାଲକିଲ୍ଲା ବନ୍ଦ କରିବାକୁ ଏଏସଆଇକୁ କହିଥିଲା ଦିଲ୍ଲୀ ପୋଲିସ । ତେବେ ବର୍ତ୍ତମାନ ଜୁଲାଇ ୧୫ ବଦଳରେ ଜୁଲାଇ ୨୧ରୁ ଲାଲକିଲ୍ଲା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଦିଲ୍ଲୀ ପୋଲିସ ପୂର୍ବ ତୁଳନାରେ ବର୍ତ୍ତମାନ ପାଇଁ ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି ।

Leave A Reply

Your email address will not be published.

ବ୍ରେକିଂ