କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ

କଟକ :  ଆସନ୍ତାକାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ । କୋଭିଡ୍ ଗାଇଡ୍ ଲାଇନ୍ ମୁତାବକ ଧର୍ମାନୁଷ୍ଠାନ ଖୋଲାଯିବ । ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

କୋଭିଡ ଯୋଗୁଁ ୩ ମାସ ଧରି ଜିଲ୍ଲାରେ ବନ୍ଦ ଥିଲା ଧର୍ମାନୁଷ୍ଠାନ । ତେବେ ଅଗଷ୍ଟ ମାସର ଗାଇଡ୍ ଲାଇନ୍ ଅନୁଯାୟୀ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ବ ଛାଡିଥିଲେ ସରକାର । ସେହି ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲାଯାଉଛି ।   ଶ୍ରଦ୍ଧାଳୁଙ୍କ ପାଇଁ ଚର୍ଚ୍ଚିକା, ଭଟ୍ଟାରିକା, ଧବଳେଶ୍ଵର ଆଦି ମନ୍ଦିର ଖୋଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ