ହାଇଦର କରୋନା ପଜିଟିଭ୍ ଚିହ୍ନଟ ,ରିମାଣ୍ଡ ସ୍ଥଗିତ

କଟକ : ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍ ଚିହ୍ନଟ । ଗତକାଲି ହୋଇଥିବା ଆଣ୍ଟିଜେନ୍ ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଆସିଥିଲା । RT-PCR ଟେଷ୍ଟରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।  ଏହାପରେ ହାଇଦରକୁ ଚୌଦ୍ୱାର ଜେଲରେ ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି । ସେପଟେ ପଜିଟିଭ୍ ଚିହ୍ନଟ ପରେ ହାଇଦରର ରିମାଣ୍ଡ ସ୍ଥଗିତ ହୋଇଛି  ।

ସୂଚନାଯୋଗ୍ୟ ଆଜି ଠାରୁ ୭ ଦିନିଆ ରିମାଣ୍ଡରେ ଯାଇଥାନ୍ତା ଗ୍ୟାଙ୍ଗଷ୍ଟର ହାଇଦର । ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେଇ ସତ ଉଗାଳିବା ପାଇଁ ଚେଷ୍ଟା କରିଥାନ୍ତା କଟକ ମଙ୍ଗଳାବାଗ ପୋଲିସ  । କଟକ ସିଟି JMFC କୋର୍ଟ ୭ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଏସସିବିରୁ କିପରି ଚମ୍ପଟ ମାରିଲା, ଏତେ କମ୍ ସମୟ ଭିତରେ କିପରି ହାଇଦ୍ରାବାଦ ଖସି ପଳାଇବାରେ ସକ୍ଷମ ହେଲା, ସେସବୁର ଉତ୍ତର ଆଦାୟ କରିଥାଆନ୍ତା ପୋଲିସ  । ଗତକାଲି କଡ଼ା କଟକଣା ମଧ୍ୟରେ ପୋଲିସ ତାକୁ ଚୌଦ୍ୱାର ଜେଲକୁ ନେଇଥିଲା । ତାସହ ହାଇଦର ଲିଙ୍କରେ ଧରାପଡ଼ିଥିବା ୩ ଯୁବତୀଙ୍କ ସହ ୮ ସହଯୋଗୀଙ୍କୁ ବି ଜେରା କରିଥିଲା ପୋଲିସ ।

ପୋଲିସକୁ ଚକ୍‌ମା ଦେଇ ଏପ୍ରିଲ ୧୦ ତାରିଖରେ କଟକ ଏସ୍‌ସିବି ମେଡିକାଲରୁ ଖସି ପଳାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦର।  ୧୨୦ ଘଣ୍ଟାର ଅପରେସନ ପରେ ଶେଷରେ ଗୁରୁବାର  ବେଳେ ଧରାପଡ଼ିଥିଲା ହାଇଦର। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ତାକୁ ଗିରଫ କରିଥିଲା।

Leave A Reply

Your email address will not be published.

ବ୍ରେକିଂ