ମୁଣ୍ଡଳୀ ବ୍ୟାରେଜରେ ଓଡ୍ରାଫ ବୋଟ ଓଲଟିବା ଘଟଣା: ମିଳିଥିବା ମୃତଦେହ ଯବାନଙ୍କର ନୁହେଁ

କଟକ  : ମୁଣ୍ଡଳୀ ବ୍ୟାରେଜରେ ହାତୀ ଉଦ୍ଧାର ବେଳେ ଓଡ୍ରାଫ ବୋଟ ଓଲଟିବା ଘଟଣାରେ ଏଯାଏ ମିଳିନି ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁ ପତ୍ତା । ଉଦ୍ଧାର ହୋଇଥିବା  ମୃତଦେହଟି ନିଖୋଜ ଯବାନ ସୀତାରାମ ମୁର୍ମୁଙ୍କର ନୁହେଁ ବୋଲି ଏସଆର୍‌ସି ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି। ମିଳିଥିବା ମୃତଦେହ ଅଜଣା ବ୍ୟକ୍ତିଙ୍କର ବୋଲି ଏସଆର୍‌ସି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି,  ମିଳିଥିବା ମୃତଦେହଟିକୁ ପରିବାର ଲୋକେ ଚିହ୍ନଟ କରି ନାହାନ୍ତି । ନିଖୋଜ ଯବାନ ସୀତାରାମ ମୁର୍ମୁଙ୍କର ସୂଚନା ମିଳିନି। କାର୍ଯ୍ୟାଳୟକୁ ଆସିଥିବା ତଥ୍ୟ ସମ୍ପୂର୍ଣ୍ଣ ଠିକ୍ ନୁହେଁ । ସେପଟେ ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ଖୋଜିବାକୁ NDRFର ୪ଟି ଟିମ୍ ସର୍ଚ୍ଚ ଅପରେସନ କରୁଛନ୍ତି । ମୃତଦେହ ଖୋଜିବାକୁ ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା କହିଛନ୍ତି NDRF କମାଣ୍ଡାଣ୍ଟ ।

ଶୁକ୍ରବାର ଦିନ ମୁଣ୍ଡଳି ବ୍ରିଜ୍‌ ନିକଟରେ ହାତୀ ଉଦ୍ଧାର ବେଳେ ଓଡ୍ରାଫ୍‌ ବୋଟ୍‌ ଓଲଟିପଡିଥିଲା । ଏଥିରେ ଥିବା ସମସ୍ତ ପାଣିରେ ବୁଡିଯାଇଥିଲେ । କିନ୍ତୁ କୌଣସି କ୍ରମେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ କୌଣସି ପତ୍ତା ମିଳିନଥିଲା ।  ଗତକାଲି ରାତିରେ ନରାଜ ନିକଟରୁ ଏକ ମୃତଦେହ ମିଳିଥିଲା । ତାହା ଓଡ୍ରାଫ୍‌ ଯବାନ ସୀତାରାମଙ୍କ ବୋଲି ସନ୍ଦେହ କରାଯାଉଥିଲା । କିନ୍ତୁ ଏବେ ସେହି ମୃତଦେହଟି ସୀତାରାମ ମୁର୍ମୁଙ୍କର ନୁହେଁ ବୋଲି ଉଭୟ ଏସ୍‌ଆର୍‌ସି ଓ NDRF ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ