ଏଥର ବି କେବଳ ସାଉଦି ଆରବବାସୀଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି

ଦୁବାଇ: କରୋନା ପାଇଁ ହଜ୍‌ ଯାତ୍ରା ଗାଇଡ୍‌ଲାଇନ୍ ଜାରୀ କରିଛି ସାଉଦି ଆରବ। ଚଳିତ ଥର ବିଦେଶ ହଜ୍‌ ଯାତ୍ରୀଙ୍କୁ ମନା ହୋଇଥିବା ବେଳେ ମାତ୍ର ୬୦ ହଜାର ଶ୍ରଦ୍ଧାଳୁଙ୍କୁ ପବିତ୍ର ହଜ୍ ପାଇଁ ଅନୁମତି ମିଳିଛି। ସମସ୍ତ ଶ୍ରଦ୍ଧାଳୁ ସଉଦି ଆରବ ନାଗରିକ ହୋଇଥିବା ଦରକାର ଓ ସମସ୍ତଙ୍କ ପାଖରେ ଟିକାକରଣର ପ୍ରମାଣପତ୍ର ରହିଥିବା ଦରକାର ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । ସରକାରୀ ଖବର ସରବରାହ ସଂସ୍ଥା ସଉଦି ପ୍ରେସ୍‌ ଏଜେନ୍ସିରେ ଶନିବାର ଏହି ଘୋଷଣା କରିଛନ୍ତି ସଉଦି ଆରବ ସରକାର ।

ସେହିପରି ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ବାରଣ କରାଯାଇଥିବା ବେଳେ ଲକ୍ଷଣ ଥିବା ଲୋକଙ୍କୁ ମଧ୍ୟ ହଜ୍ ଯିବାକୁ ଅନୁମତି ମିଳିବ ନାହିଁ।

ଗତବର୍ଷ ମଧ୍ୟ ବିଦେଶରୁ ହଜ୍‌ ଯାତ୍ରୀଙ୍କୁ ବ୍ୟାନ୍ କରାଯାଇଥିଲା। ତଳିତ ଥର ବି କେବଳ ନିଜ ଦେଶର ଲୋକଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି ଦେଇଛି ସଉଦି ଅରବ।

Leave A Reply

Your email address will not be published.

ବ୍ରେକିଂ