ବିନା ଅନୁମତିରେ ଦାଣ୍ଡିଆ ପାର୍ଟି ଆୟୋଜନ, ଭୁବନେଶ୍ୱରର ଏକ ରେସ୍ତୋରାଁ ସିଲ୍

ଭୁବନେଶ୍ୱର: ନବରାତ୍ରରେ ଡିଜେ ଦାଣ୍ଡିଆ ନାଇଟ୍ ପାଇଁ ପ୍ରସ୍ତୁତି ସରିଥିଲା। ଭଳିକି ଭଳି ଲାଇଟ୍‌ ସାଙ୍ଗକୁ ଅତ୍ୟାଧୁନିକ ସାଉଣ୍ଡ ବ୍ୟବସ୍ଥା ମଧ୍ୟ ହୋଇଥିଲା। ଖାଲି ସେତିକି ନୁହେଁ ଡିଜେ ଦାଣ୍ଡିଆ ନାଇଟ୍ ପାଇଁ ଟିକେଟ ବିକ୍ରି ମଧ୍ୟ ସରିଥିଲା। କିନ୍ତୁ ସବୁକିଛି ଚାଲିଥିଲା ବିନା ଅନୁମତିରେ। ହେଲେ ଏହା ପୂର୍ବରୁ ବିଏମସି ଅଧିକାରୀ ସେଠାରେ ପହଞ୍ଚି ରେସ୍ତୋରାଁକୁ ସିଲ୍ କରିଥିବା ସୂଚନା ମିଳିଛି । ରାଜଧାନୀ ଭୁବନେଶ୍ୱରର ନିକୋ ପାର୍କ ନିକଟରେ ଥିବା ନାଇନଥ୍ ଷ୍ଟ୍ରିଟ୍ ରେସ୍ତୋରାଁକୁ ବୋଲି ଜଣାପଡିଛି ।  ବିଏମସି କମିସନର ସଞ୍ଜୟ ସିଂହଙ୍କ ନିର୍ଦ୍ଦେଶକ୍ରମେ ବିଏମସି ଦକ୍ଷିଣ-ପୂର୍ବ ଜୋନ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଏହି ରେସ୍ତୋରାଁରେ ପହଞ୍ଚି ସିଲ କରିଥିବା ସୂଚନା ମିଳିଛି ।

ସୂଚନା ମୁତାବକ ନବରାତ୍ରରେ ଡିଜେ ଦାଣ୍ଡିଆ ନାଇଟ୍ ପାଇଁ ଆସନ୍ତା ଅକ୍ଟୋବର ୧୩ ଓ ୧୪ ଦୁଇ ଦିନ ଧରି ଏହି ରେସ୍ତୋରାଁ ବିନା ଅନୁମତିରେ କାର୍ଯ୍ୟକ୍ରମ ଆୟୋଜନ କରୁଥିଲା ।

Leave A Reply

Your email address will not be published.

ବ୍ରେକିଂ