ଅଁଳା ନବମୀରେ କାହିଁକି କରାଯାଏ ଅଁଳା ଗଛ ପୂଜା

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଅଛି ବାର ମାସରେ ତେର ପୂଜା। ସେଥି ମଧ୍ୟରୁ ଅଁଳା ନବମୀର ରହିଛି ଅନେକ ମହତ୍ତ୍ୱ। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ। ଅଁଳା ଗଛକୁ ପୂଜା କରି ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ।  ଅଁଳା ନବମୀରେ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ମହିଳାମାନେ ସନ୍ତାନ ପ୍ରାପ୍ତି ଏବଂ ସନ୍ତାନଙ୍କ ମଙ୍ଗଳ କାମନା କରି ଅଁଳା ଗଛର ପୂଜା କରିଥାନ୍ତି।

ଆସନ୍ତୁ ଜାଣିବା ଅଁଳା ନବମୀ ସହ ଜଡିତ କିଛି ଖାସ କଥା –

 ଅଁଳା ଗଛର ଉତ୍ପତ୍ତି କେଉଁଠୁ ହୋଇଥିଲା :-

ଯେତେବେଳେ ସମଗ୍ର ବିଶ୍ୱ ଜଳମଗ୍ନ ଥିଲା, ସେତେବେଳେ ସ୍ୱୟଂ ବ୍ରହ୍ମ ପଦ୍ମ ଫୁଲରେ ବସି ପରଂବ୍ରହ୍ମାଙ୍କୁ ତପସ୍ୟା କରୁଥିଲେ ।ସେ ନିଜ ତପସ୍ୟାରେ ମଗ୍ନ ଥିଲେ । ତପସ୍ୟା କରି କରି ତାଙ୍କ ଆଖିରୁ ଲୁହ ଗଡି ଯାଇଥିଲା । ବ୍ରହ୍ମଙ୍କ ଲୁହାରୁ ଅଁଳା ଗଛର ଉତ୍ପତ୍ତି ହୋଇଥିଲା ।

କାହିଁକି ପୂଜା କରାଯାଏ:-

ଅଁଳା ନବମୀ ଦିନ ସର୍ବ ପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ। ଏହା ପଛରେ ଏକ କାରଣ ରହିଛି। ଏକ କଥା ଅନୁସାରେ, ଥରେ ମା’ ଲକ୍ଷ୍ମୀ ପୃଥିବୀଲୋକକୁ ଭ୍ରମଣ କରିବାକୁ ଆସିଥିଲେ। ପୃଥିବୀକୁ ଆସିବା ପରେ ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କ ପୂଜା ଏକାସଙ୍ଗେ କରିବାକୁ ତାଙ୍କୁ ଇଚ୍ଛା ହେଲା। ସେତେବେଳେ ସେ ମନେପକାଇଲେ ଯେ ତୁଳସୀ ନାରାୟଣଙ୍କ ପ୍ରିୟ କିନ୍ତୁ ଶିବଙ୍କର ନୁହେଁ। ଶିବଙ୍କ ପୂଜାରେ ତୁଳସୀ ଲାଗେନି। କିନ୍ତୁ ଶିବଙ୍କ ସ୍ୱରୂପ ବେଲର ଗୁଣ ଅଁଳା ବୃକ୍ଷରେ ରହିଛି। ସେଥିପାଇଁ ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଅଂଶ ରହିଛି। ସେତେବେଳେ ମା’ ଲକ୍ଷ୍ମୀ ଅଁଳାକୁ ହିଁ ଶିବ ଓ ବିଷ୍ଣୁଙ୍କ ସ୍ୱରୂପ ଭାବି ପୂଜା କଲେ। ମା’ଙ୍କ ପୂଜା ପରେ ଭଗବାନ ଶିବ ଓ ଭଗବାନ ବିଷ୍ଣୁ ପ୍ରକଟ ହେଲେ। ଏହାପରେ ମା’ଲକ୍ଷ୍ମୀ ଅଁଳା ଗଛ ମୂଳରେ ଭୋଜନ ପ୍ରସ୍ତୁତ କଲେ ଓ ଶିବ ଓ ବିଷ୍ଣୁଙ୍କୁ ଭୋଜନ କରାଇଲେ। ସେହିଦିନ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷରେ ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ ଏବଂ ଅଁଳା ଗଛ ମୂଳରେ ରୋଷେଇ ମଧ୍ୟ ହୋଇଥାଏ। ସେହିଦିନ ଠାରୁ ଏହି ପ୍ରଥା ଚାଲିଆସିଛି।

ଆସନ୍ତୁ ଜାଣିବା ଆଜିର ପୂଜା ବିଧି

୧. ମହିଳାମାନେ ସ୍ନାନ କରି ଅଁଳା ଗଛ ତଳେ ସଫାସଫି କରି ଅଁଳା ଗଛ ମୂଳରେ ଶୁଦ୍ଧ ଜଳ ସମର୍ପଣ କରିବେ । ଏହାପରେ ଗଛ ମୂଳେରେ କଞ୍ଚା କ୍ଷୀର ଢାଳି ପୂଜା କରିବେ ।

୨. ଏହା ପରେ ନାଲି ସୁତା ଧରି ୮ଥର ଅଁଳା ଗଛର ପରିକ୍ରମା କରିବେ ଏବଂ ଏହି ସୁତାକୁ ଗଛରେ ଗୁଡ଼େଇବେ । କେହି କେହି ୧୦୮ ଥର ମଧ୍ୟ ପରିକ୍ରମା କରିଥାନ୍ତି

୩. ଏହାପରେ ଗଛ ତଳେ ପୂଜାର୍ଚନା ସାରି ସନ୍ତାନଙ୍କ ମଙ୍ଗଳ କାମନା କରି ଭୋଜନ କରନ୍ତି।

ଅଁଳା ଗଛର ମହତ୍ୱ :-

ପୁରାଣ କଥା ଅନୁସାରେ ଅଁଳା ଫଳ ଖାଇଲେ ମଧ୍ୟ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ। ହିନ୍ଦୁ ପରମ୍ପରା ଅନୁସାରେ ଯେଉଁ ବୃକ୍ଷର ଔଷଧୀୟ ଗୁଣ ରହିଛି ସେହି ସବୁ ବୃକ୍ଷକୁ ବିଶେଷ ତିଥିରେ ପୂଜା କରିବାର ବିଧି ରହିଛି । ଅଁଳା ନବମୀ ଏହିଭଳି ଏକ ପରମ୍ପରାର ଅଂଶ । ଚିକିତ୍ସା ବିଜ୍ଞାନ ଅନୁସାରେ ଅଁଳାର ବହୁତ ଔଷଧୀୟ ଗୁଣ ରହିଛି । ଅଁଳାରେ ଆଇରନ ଏବଂ ଭିଟାମିନ-ସି ଭରପୁର ରହିଛି । ପ୍ରତିଦିନ ଅଁଳା ରସ ପିଇଲେ ପାଚକ ଶକ୍ତି ବୃଦ୍ଧି ପାଇଥାଏ । ପ୍ରତିଦିନ ଅଁଳା ରସ ପିଇଲେ ତ୍ୱଚାର ଚମକ ମଧ୍ୟ ବଢିଥାଏ । ଅଁଳା ଖାଇଲେ ଚୁଟିର ମଧ୍ୟ ଚମକ ବଢିଥାଏ ।

 

 

 

Leave A Reply

Your email address will not be published.

ବ୍ରେକିଂ
ରାଜ୍ୟରୁ ସୁସ୍ଥ ହେଲେ ୨୨୪ କରୋନା ଆକ୍ରାନ୍ତ ଅନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳର ଭିତ୍ତି ଭୂମି : ମୁଖ୍ୟମନ୍ତ୍ରୀ ସେରମ ନିଆଁରେ ଚାଲି ଗଲା ୫ ଜୀବନ, ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ଆଦର ପୁନୱାଲା କିଡନୀ ରାକେଟ ଠକ ହିମାଂଶୁ ଭୂଷଣକୁ ପୁଣି ରିମାଣ୍ଡରେ ନେଲା ପୋଲିସ ସେବାୟତଙ୍କୁ କୋଭିଡ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତ୍ମଘାତୀ ହମଲା : ୩୦ ମୃତ, ୭୩ ଆହତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ଉପରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗୌତମ ଗମ୍ଭୀର ସେରମ ଇନଷ୍ଟିଚ୍ୟୁଟରେ ଭୟାବହ ଅଗ୍ନିକାଣ୍ଡ ୨୪ ଘଣ୍ଟାରେ ରାଜ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ