ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୨ ଲକ୍ଷ ୮୭ ହଜାର ଟଙ୍କା ଦୁର୍ବୃତ୍ତ ଲୁଟିନେଲେ

ସୁନ୍ଦରଗଡ଼: ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ।  ଦିନ ଦିପହରରେ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରାଇ ୨ ଲକ୍ଷ ୮୭ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି ୪ ଦୁର୍ବୃତ୍ତ । ସୁନ୍ଦରଗଡ଼ ସଦରଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍ ରୋଡ଼ରେ ଥିବା କିରେଇ ଶାଖାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର କିରେଇ ଶାଖା ପରିଚାଳକ ନୀଳକାନ୍ତ କୁମାରଙ୍କ ଅଭିଯୋଗ ଅନୁସାରେ ଆଜି ଅପରାହ୍ନ ପ୍ରାୟ ୧ଟା ୪୫ରେ ୪ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସିଥିଲେ । ସେମାନେ ମୁହଁରେ ମୁଖା ପିନ୍ଧି ଓ ହାତରେ ବନ୍ଧୁକ ଧରି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ବ୍ୟାଙ୍କରେ ସୁରକ୍ଷାକର୍ମୀ ନଥିବାରୁ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଭୟଭୀତ କରାଇ ୨ ଲକ୍ଷ ୮୭ ହଜାର ଟଙ୍କା ଓ ମହିଳା କ୍ୟାସିୟର ରାଖୀ କୁଜୁରଙ୍କ ଠାରୁ ସୁନା ଚେନ୍ ଲୁଟ କରି ସେଠାରୁ ଫେରାର ହୋଇଥିଲେ ।

ଏନେଇ ବ୍ୟାଙ୍କ ମ୍ୟାନେଜର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭ ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.

ବ୍ରେକିଂ