ଇଣ୍ଡିଆ-ଅଷ୍ଟ୍ରେଲିଆ ସିରିଜ୍ : ପ୍ରଥମ ଦୁଇଟି ଟେଷ୍ଟ ଖେଳି ନପାରନ୍ତି ରୋହିତ୍ ଓ ଇଶାନ୍ତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ପୁର୍ବରୁ ଇଣ୍ଡିଆକୁ ଶକ୍ତ ଝଟ୍କା ଲାଗିପାରେ । ଟିମ ଇଣ୍ଡିଆର ଦୁଇ ଷ୍ଟାର୍ ପ୍ଲେୟାର ପ୍ରଥମ ୨ଟି ଟେଷ୍ଟରେ ଖେଳି ନପାରନ୍ତି ବୋଲି ଖବର ଶୁଣିବାକୁ ମିଳୁଛି । ସୂଚନା ମୁତାବକ ଏହି ଦୁଇ ପ୍ଲେୟାର ଅଷ୍ଟ୍ରେଲିଆରେ ହେବାକୁ ଥିବା ଟେଷ୍ଟ ସିରିଜରେ ପ୍ରଥମ ୨ଟି ଟେଷ୍ଟ ଖେଳିବାକୁ ନେଇ ଆଶଙ୍କା ଉପୁଜିଛି । ତଥାପି ବିସିସିଆର ନିଷ୍ପତି ଉପରେ ଏହା ନିର୍ଭର କରିବ ବୋଲି ଜଣା ପଡିଛ ।

ଉଲ୍ଲେଖଯୋଗ୍ୟ, ୟୁଏଇରେ ଅନୁଷ୍ଠିତ ହୋଇଥିବା ଆପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମା ଆହତ କାରଣରୁ ୪ଟି ମ୍ୟାଚରେ ଖେଳି ନଥିଲେ । ତଥାପି ଫାଇନାଲ ସହିତ ଶେଷ ୩ଟି ମ୍ୟାଚରେ ସେ ଭାଗ ନେଇଥିଲେ । ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଫାଷ୍ଟ୍ ବୋଲର ଇଶାନ୍ତ ଶର୍ମା ମଧ୍ୟ ଆହତ କାରଣରୁ ପୁରା ସିଜିନ୍ ବାଦ ପଡିଥିଲେ ।

ସେପଟେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୧୭ ରୁ ଡିସେମ୍ବରରୁ ଟେଷ୍ଟ ସିରିଜ ଆରମ୍ଭ ହେବ । ଏହି ଟେଷ୍ଟ ସିରିଜରେ ଖେଳିବା ପାଇଁ ନ୍ୟାସନାଲ୍ କ୍ରିକେଟ ଏକାଡେମିରେ ଇଶାନ୍ତଙ୍କୁ ଫିଟନେସ୍ ଟେଷ୍ଟ ଦେବାକୁ ହେଲେ ୪ ସପ୍ତାହର ଟ୍ରେନିଙ୍ଗ ନେବାକୁ ପଡିବ । ଏହାପରେ ଇଶାନ୍ତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ପଡିବ । ପରେ କୋଭିଡ୍ ନିୟମ ଅନଯାୟୀ ଅଷ୍ଟ୍ରେଲିଆରେ ୧୪ ଦିନିଆ କ୍ୱାରେଣ୍ଟିନରେ ରହିବା ପରେ ହିଁ ତାଙ୍କୁ ପ୍ରାକ୍ଟିସ୍ କରିବାର ସୁଯୋଗ ମିଳିବ । ଏପାପରେ ୪ ସପ୍ତାହର ଟ୍ରେନିଙ୍ଗ ପରେ ହିଁ ସିଡନିରେ ୭ ଜାନୁୟାରୀରୁ ହେବାକୁ ଥିବା ତୃତୀୟ ଟେଷ୍ଟରେ ସେ ଖେଳିପାରନ୍ତି ।

ତେବେ ରୋହିତ ଶର୍ମାଙ୍କୁ ଏନସିଆରୁ ୮ ଡିସେମ୍ବରରୁ ଅଷ୍ଟ୍ରେଲିଆ ଯାତ୍ରା ପାଇଁ ଅନୁମତି ମିଳିପାରେ । ତଥାପି ତାଙ୍କୁ ସେଠି ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପଡିପାରେ । କ୍ୱାରେଣ୍ଟିନ୍ ପରେ ହିଁ ୨୨ ଡିସେମ୍ବରରୁ ସେ ଟ୍ରେନିଙ୍ଗ କରିପାରନ୍ତି ବୋଲି ଜଣାପଡିଛି । ଏହି ଘଟଣା ବାବଦରେ ଟିମ୍ ଇଣ୍ଡିଆର ହେଡ କୋଚ୍ ରବି ଶାସ୍ତ୍ରୀ ରବିବାର କହିଥିଲେ କି, ଆଗାମୀ ୪ ରୁ ୫ ଦିନ ଭତରେ ଯଦି ରୋହିତ ଓ ଇଶାନ୍ତ ଟିମରେ ଯୋଗ ନଦେଇପାରନ୍ତି ତାହେଲେ ତାଙ୍କୁ ଟେଷ୍ଟ ସିରିଜ୍ ଖେଳିବା ପାଇଁ କଷ୍ଟସାଧ୍ୟ ହୋଇପାରେ । ଏହି ଆଶଙ୍କା ଯଦି ବାସ୍ତବ ରୂପ ନିଏ ତେବେ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିବ ।

ରିପୋର୍ଟ ଅନୁଯାୟୀ, ଇଣ୍ଡିଆ  ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ୱାଣ୍ଡେ ଓ ୩ଟି-ଟ୍ୱେଣ୍ଟି ସହ ୪ଟି ଟେଷ୍ଟ ମ୍ୟାଚ ଖେଳିବ । ଏହା ଟୁରର ପ୍ରଥମ ମ୍ୟାଚ୍ ୨୭ ନଭେମ୍ବରରୁ ଆରମ୍ଭ ହେବ ।

Leave A Reply

Your email address will not be published.

ବ୍ରେକିଂ
ରାଜ୍ୟରୁ ସୁସ୍ଥ ହେଲେ ୨୨୪ କରୋନା ଆକ୍ରାନ୍ତ ଅନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳର ଭିତ୍ତି ଭୂମି : ମୁଖ୍ୟମନ୍ତ୍ରୀ ସେରମ ନିଆଁରେ ଚାଲି ଗଲା ୫ ଜୀବନ, ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ଆଦର ପୁନୱାଲା କିଡନୀ ରାକେଟ ଠକ ହିମାଂଶୁ ଭୂଷଣକୁ ପୁଣି ରିମାଣ୍ଡରେ ନେଲା ପୋଲିସ ସେବାୟତଙ୍କୁ କୋଭିଡ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତ୍ମଘାତୀ ହମଲା : ୩୦ ମୃତ, ୭୩ ଆହତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ଉପରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗୌତମ ଗମ୍ଭୀର ସେରମ ଇନଷ୍ଟିଚ୍ୟୁଟରେ ଭୟାବହ ଅଗ୍ନିକାଣ୍ଡ ୨୪ ଘଣ୍ଟାରେ ରାଜ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ