ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର

ମୁମ୍ବାଇ :  ଆଇପିଏଲ୍ 2021 ର 16 ତମ ମ୍ୟାଚ୍ ଗୁରୁବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ।  ଆଜି ସନ୍ଧ୍ୟା 7.30 ରୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।  ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ଚଳିତ ସିଜନରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ। ଦଳ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ଖେଳିଛି ଏବଂ ତିନୋଟି ଜାକ ଜିତିଛି । ତେଣୁ ଆଜି ମ୍ଯାଚ ମଧ୍ଯ ଜିତି ନିଜର ବିଜୟଧାରା ଜାରି ରଖିବ ଆରସିବି ।

ଅନ୍ୟପକ୍ଷରେ,  ରାଜସ୍ଥାନ ରୟାଲ୍ସ  ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳି କେବଳ ଗୋଟିଏ ଜିତିଛି । ପଏଣ୍ଟ ଟେବୁଲରେ ଆରସିବି ଦ୍ୱିତୀୟ ଏବଂ ରାଜସ୍ଥାନ ସପ୍ତମ ସ୍ଥାନରେ ରହିଛି। ଆରସିବି ଆଜିର ମ୍ୟାଚ୍ ଜିତିବାକୁ ଏବଂ ଶୀର୍ଷରେ ପହଞ୍ଚିବାକୁ ଚେଷ୍ଟା କରିବ ।  ଏଥିସହିତ ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଆଜିର ମ୍ଯାଚ ଜିତି ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ସୁଦୃଢ କରିବାକୁ ଚେଷ୍ଟା କରିବ।

ସାମ୍ଭାବ୍ଯ ଏକାଦଶ

ରାଜସ୍ଥାନ ରୟାଲ୍ସ – ଜୋସ୍ ବଟଲର, ଯଶସ୍ୱୀ ଜୈସୱାଲ, ସଞ୍ଜୁ ସାମସନ (ଅଧିନାୟକ ତଥା ୱିକେଟ୍ କିପର), ଶିବମ ଦୁବେ, ଡେଭିଡ ମିଲର, ଶ୍ରେୟାସ ଗୋପାଳ, ରାହୁଲ ଟିୱାଟିଆ, କ୍ରିସ ମୋରିସ, ଜୟଦେବ ଉନାଦକାଟ, ଚେତନ ସାକରିଆ, ଆଣ୍ଡ୍ରିୟୁ ଟାଇ ।

ଆରସିବି – ଦେବଦତ୍ତ ପାଦିକ୍କଲ, ବିରାଟ କୋହଲି (ଅଧିନାୟକ), ଶାହାବାଜ ଅହମ୍ମଦ, ଗ୍ଲେନ୍ ମ୍ୟାକ୍ସୱେଲ, ଏବି ଡି ଭେଲିୟର୍ସ (ୱିକେଟ୍ କିପର), ଡାନିଏଲ୍ ସାଇମସ୍, କାଇଲ୍ ଜାମିସନ୍, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ, ହର୍ଷଲ ପଟେଲ।

Leave A Reply

Your email address will not be published.

ବ୍ରେକିଂ