ରେଳବାଇ ପ୍ରାର୍ଥୀଙ୍କୁ କ୍ୱାରେଣ୍ଟାଇନ ଛାଡ

ଭୁବନେଶ୍ୱର : ରେଳବାଇ ନିଯୁକ୍ତି ବୋର୍ଡ ବା ଆରଆରବିର ନିଯୁକ୍ତି ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସୁଥିବା ପରୀକ୍ଷାର୍ଥୀଙ୍କୁ ହୋମ କ୍ୱାରେଣ୍ଟାଇନ ନିୟମ ଛାଡ କରାଯାଇଛି । ତେବେ ସେମାନଙ୍କୁ ଅନ୍ୟ କୋଭିଡ ନିୟମ ପାଳନ କରିବାକୁ ପଡିବ ।

ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆରଆରବି ପରୀକ୍ଷା ହେବ। ପ୍ରାୟ ୧୦ ହଜାର ୫୦୦ ପରୀକ୍ଷାର୍ଥୀଙ୍କୁ ପୂର୍ବରୁ ଆଡମିଟ୍ କାର୍ଡ ଦିଆ ସରିଛି। ତେବେ ଏହି ପରୀକ୍ଷାର୍ଥୀଙ୍କ ପାଇଁ ହୋମ୍ କ୍ୱାରେଣ୍ଟିନ୍ କଟକଣା ଛାଡ କରାଯାଇଛି । ବାହାରୁ ଆସୁଥିବା ଏହି ପରୀକ୍ଷାର୍ଥୀ ସେମାନଙ୍କ ଆଡମିଟ କାର୍ଡ ଦେଖାଇଲେ ଆଉ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ନାହିଁ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ରେଲ୍‌ୱେ ଏବଂ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖି ଏସମ୍ପର୍କରେ ଜଣାଯାଇଛି।

Leave A Reply

Your email address will not be published.

ବ୍ରେକିଂ