ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ବ୍ୟବସାୟୀଙ୍କ ଠାରୁ ସାଢେ ୩ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

କଣ୍ଟାବାଞ୍ଜି : ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଘର ଆଗରେ ସାଢେ ତିନି ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଦିନ ଦ୍ୱିପହରରେ ଜଣେ ବ୍ୟବସାୟୀଙ୍କ ଠାରୁ ୪ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି ସାଢେ ତିନି ଲକ୍ଷ ଲୁଟି ନେଇଥିବା ଜଣାପଡିଛି । ଏନେଇ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି  ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛି । ବ୍ୟବସାୟୀ ଜଣକ ହେଲେ କିଶନ ଲାଲ ଅଗ୍ରବାଲ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ସହରର କିଶନ ଲାଲ ଅଗ୍ରବାଲ ନାମକ ଜଣେ ବ୍ୟବସାୟୀ କଣ୍ଟାବାଞ୍ଜି ଏସବିଆଇ ବ୍ୟାଙ୍କରୁ ସାଢେ ତିନି ଲକ୍ଷ ଟଙ୍କା ଉଠାଇ ଘରକୁ ଯାଉଥିଲେ । ହେଲେ ଲୁଟେରା ମାନେ ବ୍ୟବସାୟୀଙ୍କୁ ପିଛା କରି ଘର ଆଗରୁ ବ୍ୟାଗ୍‌ରେ ଥିବା ଟଙ୍କା ଝାମ୍ପି ନେଇ ଚମ୍ପଟ ମାରିଛନ୍ତି ।  କଣ୍ଟାବାଞ୍ଜି ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

ବ୍ରେକିଂ