୩୯ ଲକ୍ଷ ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାସ

ଭୁବନେଶ୍ୱର: ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍ କଲା କମିଶନରେଟ ପୋଲିସ । ଠକେଇ ହୋଇଥିବା ୩୯ ଲକ୍ଷରୁ ୨୫ ଲକ୍ଷ ଫେରିବାରେ ସଫଳ । ଘଟଣା ସଂପର୍କରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା । ଜଗତପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଠକେଇ ହୋଇଥିଲା । ଜମିରେ ମୋବାଇଲ ଟାୱାର ବସାଇବାକୁ କହି ଲୋଭ ଦେଖାଯାଇଥିଲା । ଲୋଭନୀୟ ଅଫର ଦେଖାଇ ୩୯ ଲକ୍ଷ ଟଙ୍କା ହଡ଼ପ କରିନେଇଥିଲେ । ଜଗତପୁର ଥାନାରେ ଏତଲା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।

ଟିମ୍ ତଦନ୍ତ କରି ଠକେଇର ମୂଳ ଚେର କୋଲକାତାରେ ଠାବ କରିଥିଲେ । ଅଭୟ ତିୱାରୀ ନାମକ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ଜେଲରେ ଥିଲା । ଓଡ଼ିଶା ପୋଲିସ ତଦନ୍ତ କରି ଦୁଇ ସହଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା ପରେ ଟଙ୍କା ଉଦ୍ଧାର କରାଯାଇଛି । ମୋଟ ୨୫ ଲକ୍ଷ ୭୦ ହଜାର ୩ଶହ ଟଙ୍କା ଉଦ୍ଧାର ହୋଇଛି କରାଯାଇଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଉଦ୍ଧାର ଟଙ୍କାକୁ ଠକେଇର ଶିକାର ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠା ଯାଇଛି । ଆବଶ୍ୟକ ହେଲେ ଅଭୟ ତିୱାରୀକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି କମିଶନର

Leave A Reply

Your email address will not be published.

ବ୍ରେକିଂ