୨୦୨୨ ଦୀପାବଳୀରେ ସଲମାନଙ୍କ ଭାଇଜାନ ରିଲିଜ ହେବ

ମୁମ୍ବାଇ: ୨୦୨୨ ଦୀପାବଳୀରେ ରିଲିଜ ହେବ ସଲମାନଙ୍କ ଭାଇଜାନ ।  ପ୍ରଥମେ ଏହି ଫିଲ୍ମର ନାମ କଭି ଇଦ କଭି ଦିୱାଲୀ ରଖା ଯାଇଥିଲା । ୪ ଭାଇଙ୍କ କାହଣୀକୁ ନେଇ ଭାଇଜାନ ଫିଲ୍ମ ନିର୍ମିତ ହେଉଛି । ଏଥିରେ ସଲମାନଙ୍କ ସହ ପୂଜା ହେଗେଡେ ଅଭିନୟ କରୁଛନ୍ତି । ତେବେ ସଲମାନଙ୍କ ନିକଟରେ କେତେ ଗୁଡିଏ ଫିଲ୍ମ ବକ୍ସ ଅଫିସରେ ଅର୍ଥ ରୋଜଗାର କରିଥିଲେ ମଧ୍ୟ ପ୍ରଶଂସକଙ୍କ ମନ କିଣି ପାରି ନ ଥିଲା । ସେଥିପାଇଁ ସଲମାନ ତାଙ୍କ ଚିରାଚରିତ ଫ୍ୟାମିଲି ଡ୍ରାମାକୁ ଓହ୍ଲାଇ ଆସିଛନ୍ତି ।

ରାଧେ ୟୋର ମୋଷ୍ଟ ୱାଟେଂଡ ଭାଇ ଫିଲ୍ମ ପରେ ସେ ଟାଇଗର ୩, କିକ ୨, ରବିତେଜାଙ୍କ ଖିଲାଡି ଫିଲ୍ମର ରିମେକ, ବିଜୟଙ୍କ ମାଷ୍ଟରର ରିମେକ, ସୁରଜ ବଡଜାତ୍ୟାଙ୍କ ଆଗାମୀ ପ୍ରୋଜେକ୍ଟରେ ଅଭିନୟ କରୁଛନ୍ତି । ଏହା ବ୍ୟତୀତ ଶାହାରୁଖଙ୍କ ପଠାନ ଏବଂ ଆୟୁଷ ଶର୍ମାଙ୍କ ଅନ୍ତିମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ।

Leave A Reply

Your email address will not be published.

ବ୍ରେକିଂ