ସମ୍ବଲପୁର: ଆସନ୍ତାକାଲିଠୁ ଖୋଲିବ ମା ସମଲେଶ୍ଵରୀ ମନ୍ଦିର । ପ୍ରଥମ ୫ ଦିନ ମା‘ ସମଲେଶ୍ଵରୀଙ୍କ ଦର୍ଶନ ପାଇଁ ସମ୍ବଲପୁରବାସୀଙ୍କୁ ମିଳିବ ସୁଯୋଗ । ଏହା ସହ ସମ୍ବଲପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । କୋଭିଡ କଟକଣା ମଧ୍ୟରେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।
କରୋନା ପାଇଁ ଦୀର୍ଘ ନଅ ମାସ ହେବ ସମସ୍ତ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ବନ୍ଦ ଥିଲା । ଏବେ ସ୍ଥିତି ସ୍ଵାଭାବିକ ହେବା ପରେ ଧୀରେ ଧୀରେ ସମସ୍ତ ଧର୍ମାନୁଷ୍ଠାନ ଖୋଲାଯାଉଛି ।