ଅନୁପ୍ରବେଶକାରୀଙ୍କ କବ୍ଜାରେ ସଂରକ୍ଷିତ ଜଙ୍ଗଲ ପ୍ରସଙ୍ଗ: ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଆରମ୍ଭ

ରେଢାଖୋଲ: ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ଉଚ୍ଛେଦ ଅଭିଯାନ । ବୁଧବାର ରେଢାଖୋଲ ବନଖଣ୍ଡ ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଅନୁପ୍ରବେଶ କାରୀଙ୍କୁ ଘୋଉଡାଇବା ଓ ଉଚ୍ଛେଦ କରିବା ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରଶାସନ ପକ୍ଷରୁଟିଠେଇଦର ଅଞ୍ଚଳରେ ଚଢ଼ାଉ କରି ସରଂକ୍ଷିତ ଜଙ୍ଗଲ ଅଞ୍ଚଳରେ  ଗଢି ଉଠିଥିବା ପ୍ରାୟ ୫୦ ଅସ୍ଥାୟୀ ଘର ସବୁକୁ ଉଚ୍ଛେଦ କରାଯାଇଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଏଥିପାଇଁ କିସୀଣ୍ଡା ଆଞ୍ଚଳିକ ବନ ସୁରକ୍ଷା ସମିତି ଗିରିଶ୍ଚନ୍ଦ୍ରପୁର ରେଢାଖୋଲ କାର୍ଯ୍ୟାଳୟ ଘେରିବା ସହିତ ରେଢାଖୋଲ ଡିଏଫଓ କାର୍ଯ୍ୟାଳୟକୁ ଆସି କାର୍ଯ୍ୟାଳୟ ଘେରାଉ କରି ଅନଶନ କରିଥିଲେ । ଏହା ପରେ ଉପଖଣ୍ଡ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଉଚ୍ଛେଦ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ।

ତେବେ,ଏହି ଚଢ଼ାଉରେ ସମ୍ବଲପୁର  ଅତିରିକ୍ତ ଏସପି , ରେଢାଖୋଲ ପୋଲିସ ଏସ୍ଡିପିଓ ହାଡ଼ିବନ୍ଧୁ ସ୍ୱାଇଁ, ଡିଏଫଓ ପ୍ରଦୀପ୍ତ କୁମାର ସାହୁ, ନାକଟିଦେଉଳ ତହସିଲଦାର ସୁକାନ୍ତ ନାଏକ, କିସୀଣ୍ଡା ଥାନା ଅଧିକାରୀ ଚିତ୍ତ ରଞ୍ଜନ ନାଏକ, ଯୁଜୁମୁରା ଥାନା ଅଧିକାରୀ ବିଶ୍ୱାଳ, ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିକାରୀଙ୍କ ସମେତ ବ୍ୟାପକ ପୋଲିସ ଓ ବନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ ।

ଏହି ଚଢ଼ାଉ ଅଭିଯାନ ଜାରି ରହିବା ସହ ଉଚ୍ଛେଦ ପ୍ରକ୍ରିୟା ଜୋରଦାର କରା ଯିବ ବୋଲି ସୂଚନା ମିଳିଛି ।ଏନେଇ ଅନୁପ୍ରବେଶ କାରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିବା ସହ ଭାଲେଣି ପଡି ଯାଇଥିବା ଜଣା ଯାଇଛି।

Leave A Reply

Your email address will not be published.

ବ୍ରେକିଂ