ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ । ଏକାଡେମୀ କାଉନସିଲର ମିଟିଂ ଚାଲିଥିବା ବେଳେ ଦେହରେ କିରୋସିନ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି ଏଠାରେ କାର୍ଯ୍ୟରତ ଜଣେ ଠିକା କର୍ମଚାରୀ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।  କର୍ମଚାରୀ ଜଣକ ଦୀନବନ୍ଧୁ ମିଶ୍ର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଦୀନବନ୍ଧୁ ମିଶ୍ର  ବହୁ ଦିନ ଧରି ବିଶ୍ୱବିଦ୍ୟାଳୟରେ ଠିକାରେ କାମ କରୁଥିଲେ । ଆଜି ଏକାଡେମୀ କାଉନସିଲର ମିଟିଂ ଚାଲିଥିବା ବେଳେ ଦୀନବନ୍ଧୁ ମିଶ୍ର କୌଣସି କାରଣ ବଶତଃ  ନିଜ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଦୀନବନ୍ଧୁ ନିଆଁରେ ପୋଡ଼ି ହୋଇଥିବା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ନିଆଁ ଲିଭାଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ

 

Leave A Reply

Your email address will not be published.

ବ୍ରେକିଂ