ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପର୍ଶନଲ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନର ବରିଷ୍ଠ ପ୍ରାଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀଙ୍କୁ ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି ।  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ନିଯୁକ୍ତି ଦେଇଛନ୍ତି ।

ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆସନ୍ତା ଚାରିବର୍ଷ ପାଇଁ ଏହି ପଦବୀରେ ରହିବେ । ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ପିଏମ ଏବଂ ଆଇଆର ବିଭାଗର ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କର ୩୦ ବର୍ଷରୁ ଅଧିକ ଦିନଧରି ଶିକ୍ଷାଦାନ ଅଭିଜ୍ଞତା ଅଛି। ସେ ୧୦ଟି ପୁସ୍ତକ ରଚନା କରିଛନ୍ତି, ୧୭ଜଣ ପିଏଚଡି ଏବଂ ୪୦ ଜଣ ଏମଫିଲ ଛାତ୍ରଙ୍କୁ ସଫଳତାର ସହ ମାର୍ଗଦର୍ଶନ କରାଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ