ଶନିବାର ରାଶିଫଳ

ମେଷ: ଦିନଟି ବହୁ ଦିଗରୁ ଅନୁକୂଳ ରହିବ । ଦେହ ଓ ମନରେ ସୁସ୍ଥ ରହିପାରିବେ । ଶତ୍ରୁ ପୀଡ଼ା ପ୍ରଶମିତ ହେବ । ଆୟ ବୃଦ୍ଧ । ସହିତ ଯଥାର୍ଥ ବ୍ୟୟ କରିବେ । ଆତ୍ମସନ୍ତୋଷ ମିଳିବା ସ୍ୱାଭାବିକ । ପାରିବାରିକ କ୍ଷେତ୍ରରେ ଉତ୍ତମ ବୁଝାମଣା ସହିତ ଦେବ ଦର୍ଶନ କରିବେ ।

ବୃଷ: ନିଜ ଉପରେ ଆତ୍ମବିଶ୍ୱାସ ଅଧିକ ରହିବ । ଉତ୍ତମ ଖାଦ୍ୟପେୟ, ସୁଖ ଭ୍ରମଣ, କର୍ମ ପ୍ରେରଣା, ଆର୍ଥିକ ସ୍ଥିତିରେ ଉନ୍ନତି ଓ ସରକାରୀ ସମସ୍ୟାର ସହଜ ସମାଧାନ କରିବେ । ରାଜନୀତିରେ ଉଚ୍ଚ ମାନ୍ୟତା ଭାବ ରହିବ । ବ୍ୟବସାୟରେ କ୍ରମ ଅଗ୍ରଗତି ସମ୍ଭବ ହେବ ।

ମିଥୁନ: କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ନମିଳିପାରେ । ମାନସିକ ଅସ୍ଥିରତା ଲାଗିରହିବ । ପରିବାରରେ ଉତ୍ତମ ବୁଝାମଣା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇବେ । ଦୂରଯାତ୍ରା ସଫଳ, ସୌଖୀନ ଦ୍ରବ୍ୟ କ୍ରୟ, ନିର୍ମାଣାଦି କାର୍ଯ୍ରେhoro ଅଗ୍ରଗତି ଘଟିବ ।

କର୍କଟ: ନିୟମନିଷ୍ଠ ହୋଇ କ୍ଷେତ୍ରରେ ଅଗ୍ରଗତି ଅବ୍ୟାହତ ରଖିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ନାହିଁ । ପ୍ରିୟଜନଙ୍କ ସହଯୋଗ, ପୂଜା ପାର୍ବଣରେ ନିଷ୍ଠା, ଥଣ୍ଡା, ସର୍ଦ୍ଦିଜନିତ ଅସୁସ୍ଥତା, ସାମାଜିକ ପ୍ରତିଷ୍ଠା ଓ ବ୍ୟବସାୟରେ ସଫଳତା ପାଇବେ ।

ସିଂହ: ଅର୍ଥାଗମ ଆଶାପ୍ରଦ ହେଲେ ବି ସଦବ୍ୟବହାର କରିବା କଷ୍ଟକର ହେବ । ଚିକିତ୍ସା ବ୍ୟୟ ମଧ୍ୟ ହୋଇପାରେ । ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ । କର୍ମକ୍ଷେତ୍ରରେ ପ୍ରେରଣା ପାଇବେ । ସତ ସଂକଳ୍ପ ଓ ପରାମର୍ଶ ଲାଗ ହେବ ।

କନ୍ୟା: ଦିନର ଅଧିକାଂଶ ସମୟ ମାନସିକ ଅସ୍ଥିରତା ମଧ୍ୟରେ ଅତିବାହିତ କରିବେ । କର୍ମକ୍ଷେତ୍ରରେ  ଅଯଥା ବିବାଦର ଆଶଙ୍କା ଅଛି । ପୁରାତନ ରୋଗ ପୀଡ଼ା ଆତ୍ମ  ପ୍ରକାଶ କରିପାରେ । ସ୍ୱାସ୍ଥ୍ୟଗତ ଅବନତି ଘଟିବ । ସନ୍ତାନସନ୍ତତିଙ୍କ ପାଇଁ ଅସନ୍ତୁଷ୍ଟ ରହିବେ ।

ତୁଳା: ଶ୍ରୀ ଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭଫଳଦାୟକ ହେବ । କର୍ମକ୍ଷେତ୍ରରେ ପ୍ରେରଣା ଓ ସମର୍ଥନ ପାଇବେ । ବ୍ୟବହାର କୁଶଳତା ପ୍ରଦର୍ଶନରେ କାର୍ଯ୍ୟ ସାଧନ ସହଜ ହେବ । ଉତ୍ତମ ଭୋଜନ, ଦେବ କାର୍ଯ୍ୟରେ ଆଗ୍ରହ, ଆୟ ଉପାର୍ଜନ ବୃଦ୍ଧି ଓ ଦୂରଯାତ୍ରାରେ ଶୁଭ ଯୋଗ ।

ବିଛା: କର୍ମ କ୍ଷେତ୍ର କିମ୍ବା ବ୍ୟବସାୟରେ ବହୁ ବ୍ୟୟର ସାମ୍ନା କରିବାକୁ ପଡ଼ିପାରେ । ଯାତ୍ରାଜନିତ କ୍ଳାନ୍ତି ଅବସାଦ ଅଧିକ ଆସିବ । ପରିବାରରେ ଉତ୍ତମ ବୁଝାମଣା, ଦୂର ସମ୍ପର୍କରୁ ଲାଭ, ମିତ୍ର ସହଯୋଗ, ବିଶ୍ବାସ ଓ ଆତ୍ମପ୍ରତ୍ୟୟ ବୋଧ ଅଧିକ ରହିବ ।

ଧନୁ: ମନରେ ଉତ୍ସାହବୋଧ ଅଧିକ ରହିବ । ଚେଷ୍ଟାରେ ସଫଳ ହେବେ । ଆର୍ଥିକ ସ୍ୱଚ୍ଛଳତା, ବୌଦ୍ଧିକ କାର୍ଯ୍ୟ ସଫଳ, ନ୍ୟାୟ ନୀତି ପୂର୍ଣ୍ଣ ସମର୍ଥନ, ଭୋଗ ବିଳାସ ଦ୍ରବ୍ୟ ପ୍ରାପ୍ତି, ଉଚ୍ଚ ବର୍ଗ ସହିତ ସୁସମ୍ପର୍କ ତଥା ଦେବାଦେବୀ କାର୍ଯ୍ୟରେ ଋଚି ରଖିବେ ।

ମକର: କେତେକ ବିଶେଷ କାର୍ଯ୍ୟ ସାଧନ ପାଇଁ ଦିନଟି ଶୁଭ । ପାରିବାରିକ କ୍ଷେତ୍ରରେ ଅସନ୍ତୁଷ୍ଟ ରହିବେ । ଯାନବାହନରେ ଆକସ୍ମିକ ବ୍ୟୟ ଆସିବ । ନିର୍ଦ୍ଧାରିତ ସମୟରେ କାମ ସମ୍ପୂର୍ଣ୍ଣ ନହୋଇପାରୋ । ନିର୍ମାଣମୂଳକ କର୍ମରେ ଅଗ୍ରଗତି ସୂଚିତ ।

କୁମ୍ଭ: ଆତ୍ମିୟ ସ୍ୱଜନଙ୍କ ସହିତ ସଦଭାବ ଊଣା ହେବ । ଉଦର ପୀଡ଼ା ବାୟୁ ପ୍ରକୋପ ଯୋଗୁ ଆସିପାରେ । ବ୍ରତ ଉପବାସରେ ନିଷ୍ଠା ଓ କର୍ମ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିପାରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଦେଣନେଣରେ ସତର୍କତା ଆବଶ୍ୟକ ।

ମୀନ: ଖାଦ୍ୟପେୟ ଗ୍ରହଣରେ ଅନିୟମିତ କାରଣରୁ ସ୍ୱସ୍ଥ୍ୟ ସମସ୍ୟା ଆସିପାରେ । କର୍ମକ୍ଷେତ୍ରରେ ଅସନ୍ତୋଷ ଲାଗିରହିବ । ମାନସିକ ଅଶାନ୍ତି ବଢ଼ିବ । ଦୂରଯାତ୍ରାରେ କ୍ଷତି, ଧର୍ମନିଷ୍ଠା, ଆୟ ଉପାର୍ଜନ ହ୍ରାସ, ପାରିବାରିକ ଭୁଲ ବୁଝାମଣା ଓ ରାଜନୀତିରେ ସମ୍ମାନିତ ହେବେ ।

Leave A Reply

Your email address will not be published.

ବ୍ରେକିଂ