ଶନିବାର ରାଶିଫଳ

ମେଷ: ଧୈର୍ଯ୍ୟର ସହିତ ଯେକୌଣସି ପରିସ୍ଥିତିର ସାମ୍ନା କରିପାରିବେ । ଉଦ୍ୟମ ସଫଳ ବିଳମ୍ବ ହୋଇପାରେ । ପରିବାରରେ ଶୃଙ୍ଖଳା, ବନ୍ଧୁବର୍ଗରୁ ସହଯୋଗ, , ଭୋଗ ବିଳାସ ଦ୍ରବ୍ୟ ପ୍ରାପ୍ତି ଓ ଧର୍ମାନୁରକ୍ତି ବଢ଼ିବାର ସମ୍ଭାବନା ।

ବୃଷ: ବିଶେଷ ଦୂର ଯାତ୍ରା ପାଇଁ ଦିନଟି ଶୁଭଙ୍କର ନୁହେଁ । କର୍ମ କ୍ଷେତ୍ରରେ ମତର ଅମେଳ ଆସିବ । ସୁବିଧାବାଦୀ ବନ୍ଧୁମାନେ ପ୍ରଭାବିତ କରିପାରନ୍ତି । ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା, ଦ୍ରବ୍ୟ ହାନୀ ଓ ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବେ ।

ମିଥୁନ: ଦୈହିକ କ୍ଳାନ୍ତି ଅବସନ୍ନତା ବଢ଼ିବ । ମାନସିକ ଦୃଢ଼ତା ପ୍ରତି ପଦକ୍ଷେପରେ ଆବଶ୍ୟକ ଅଛି । ପ୍ରତୀକ୍ଷା ପରେ ମଧ୍ୟ ପ୍ରାପ୍ତ ହାତକୁ ଆସିବ ନାହିଁ । ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା, ଧର୍ମ ଚିନ୍ତନରେ ଅଭିବୃଦ୍ଧି , ଉଦରପୀଡ଼ା ଓ ରାଜନୀତିରେ ସ୍ଥିତି ଦୃଢ଼ କରିବେ ।

କର୍କଟ: ପୈତୃକ ସମ୍ପତ୍ତି ପାଇଁ ବିବାଦ ଆସିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଉଚ୍ଚ କର୍ତ୍ତୃପକ୍ଷଙ୍କ ସମର୍ଥନ କର୍ମକ୍ଷେତ୍ରରେ ଲାଭ କରିବେ । ସନ୍ତାନ ସୁଖ, ଉଦ୍ୟମରେ ଗତିଶୀଳତା, ଧାତୁ ଦ୍ରବ୍ୟାଦି ଲାଭ ଓ ଘର ତୋଳାରେ ବୃଥା ବ୍ୟୟ କରିପାରନ୍ତି ।

ସିଂହ: ସକାଳ ୧୦ ଘ. ୧୧ ମି.ଠାରୁ ଘାତଚନ୍ଦ୍ର ଭୋଗାରମ୍ଭ ହେବ । କର୍ମକ୍ଷେତ୍ରରେ ଶତ୍ରୁ ପରାଭବ ପାଇବେ । ପରିବାରରେ ବୁଝାମଣା ଜନିତ ସମସ୍ୟା ବଢ଼ିବ । ରାଜନୀତିରେ ପଦ-ପଦବୀ ଲାଭ, ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ପରିପ୍ରକାଶ ଘଟିବ ।

କନ୍ୟା: ମାନସିକ ଅବସାଦ ଦିନର ଅଧିକାଂଶ ସମୟ ମନକୁ ଆଚ୍ଛାଦିତ କରି ରଖିବ । ବନ୍ଧୁବାନ୍ଧବଙ୍କ ଅଶାଳୀନ ଆଚରଣ ମଧ୍ୟ ଭୋଗ ହେବ । ଆର୍ଥିକ ଦୁଃସ୍ଥିତି, ଅସ୍ଥିରତା, କଳା ସଂଗୀତରେ ଆଗ୍ରହ ଓ ରାଜନୀତିରେ ସ୍ଥାନ ଆସନ ଦୃଢ଼ ହେବ ।

ତୁଳା: ଦିବା ୧୦ ଘ. ୧୧ମି. ପର୍ଯ୍ୟନ୍ତ ଘାତଚନ୍ଦ୍ର ଭୋଗ ହେବ । ଭାବ ପ୍ରବଣତାର ଆଧିକ୍ୟ ରହିବ । ପାରିବାରିକ ଅସନ୍ତୋଷ ମାନସିକ ଶାନ୍ତି ଭଙ୍ଗ କରିବ । ଶୁଭ ମଙ୍ଗଳ କାର୍ଯ୍ୟାରମ୍ଭ ପାଇଁ ଅପରାହ୍ନ ପର ସମୟ ହେବା ଉଚିତ । ନିର୍ମାଣ କାର୍ଯ୍ୟ ଆଗେଇବ ।

ବିଛା: ଗତାନୁଗତିକ ଭାବରେ ଦିନଟି ଅତିବାହିତ କରିବେ । କର୍ମକ୍ଷେତ୍ରର ସ୍ଥିତି ଶାନ୍ତିଦାୟକ ନୁହେଁ । ଶୁଭ ମଙ୍ଗଳ କାର୍ଯ୍ୟ ଅପରାହ୍ନଠାରୁ ତ୍ୱରାନ୍ବିତ କରିପାରିବେ । ତୀର୍ଥ ବ୍ରତରେ ନିଷ୍ଠା, ସାମାଜିକ ପ୍ରତିଷ୍ଠା, ପିଲାମାନଙ୍କ ହସ ଖୁସି ଓ ଯାତ୍ରା ସଫଳତାର ସୂଚନା ।

ଧନୁ: କଲ୍ୟାଣଚନ୍ଦ୍ର ପୂର୍ବାହ୍ନ ୧୦. ଘ. ୧୧ ମି. ପର୍ଯ୍ୟନ୍ତ ରହିବ । ମାନସିକ ସ୍ଥିତିରେ ଦୃଢ଼ତା ଆସିବ । କାର୍ଯ୍ୟମାନ ଶୃଙ୍ଖଳିତ ହେବ । ପରୋପକାରରେ ଆତ୍ମସନ୍ତୋଷ ଲାଭ କରିବେ । ଭ୍ରାତୃ ବର୍ଗେ  ମନୋମାଳିନ୍ୟ ଓ କର୍ମ କ୍ଷେତ୍ରରେ ଅପ୍ରିୟତା ଅର୍ଜନ କରିବେ ।

ମକର: ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗ କରିବେ । ମନରେ ଅସ୍ଥିର ଭାବ ଆସିବ । ବୃଥା ବ୍ୟୟ, ବନ୍ଧୁ ସମ୍ପର୍କରେ ଅବନତି, ଗଠନମୂଳକ ପରାମର୍ଶ ପ୍ରାପ୍ତି, ପରିବାରରେ ସହଜ ସ୍ଥିତି ଓ ବ୍ୟବସାୟରେ କ୍ଷୟକ୍ଷତିର ସମ୍ଭାବନା ଅଛି ।

କୁମ୍ଭ: ଘାତଚନ୍ଦ୍ର ଦିବା ୧୦ ଘ. ୧୧ ମି. ପର୍ଯ୍ୟନ୍ତ ଭୋଗ ହେବ । ଉଦଯୋଗ ସିଦ୍ଧି ପାଇଁ ବିଶେଷ ଚେଷ୍ଟା ଅବ୍ୟାହତ ରଖିବେ। ଉଦର ଜନିତ ପୀଡ଼ା, ଦୂର ଯାତ୍ରାରେ କ୍ଷତି, ସମ୍ମାନାସ୍ପଦ ବ୍ୟକ୍ତିଙ୍କ ସାହଚର୍ଯ୍ୟ ଲାଭ ଓ ସରକାରୀ କାର୍ଯ୍ୟରେ ଉତ୍ସାହ ମିଳିବ ।

ମୀନ: ଲୋକ ସମ୍ପର୍କରେ ଅଭିବୃଦ୍ଧି ଘଟିବ । କର୍ମ କ୍ଷେତ୍ରରେ ଶୁଭ ସମ୍ବାଦ ପ୍ରାପ୍ତିର ସମ୍ଭାବନା ଅଛି । ରାଜନୀତିରେ ପ୍ରତିଷ୍ଠା, ଆୟ ଉପାର୍ଜନ ବୃଦ୍ଧି, ଗୃହ ନିର୍ମାଣାଦି କାମରେ ଅଗ୍ରଗତି, ଈଶ୍ବର ନିଷ୍ଠା ଓ ବିବାହାଦି ମଙ୍ଗଳ କର୍ମ ସମ୍ପାଦିତ ହେବ ।

Leave A Reply

Your email address will not be published.

ବ୍ରେକିଂ