ଶନିବାର ରାଶିଫଳ

ମେଷ: ଘାତଚନ୍ଦ୍ର ସାରାଦିନ ଭୋଗ ହେବ । ଅଗ୍ରଗତିରେ ସାମୟିକ ପ୍ରତିବନ୍ଧକ ଆସିବ । ବନ୍ଧୁ ପ୍ରିୟଜନରେ ଅବୁଝାମଣା, ବୃଥା ବ୍ୟୟ, ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା ଓ ଯାନବାହନରେ ଦୂରଯାତ୍ରା ଗ୍ରହଣୀୟ ନୁହେଁ । ମୁଖଦନ୍ତ ପୀଡ଼ାର ସମ୍ଭାବନା ଅଛି ।

ବୃଷ: ଦିନଟି ଶୁଭ ନୁହେଁ । ଯୁକ୍ତିତର୍କଠାରୁ ଦୂରରେ ରହିବା ଭଲ । ଧର୍ମ ବିଶ୍ୱାସ ବଢ଼ିବ । ଗଠନମୂଳକ କର୍ମରେ ବ୍ୟୟ କରିବେ । ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା, ରାଜନୀତିରେ ଯଶ, ଉଚ୍ଚବର୍ଗରୁ ସୁପରାମର୍ଶ ଓ ଅର୍ଥ ପାଇଁ ଅନର୍ଥ ସୃଷ୍ଟି ହୋଇପାରେ ।

ମିଥୁନ: ସୁଖ ସୌଭାଗ୍ୟର ଦିନଟିଏ । ମଙ୍ଗଳ କାର୍ଯ୍ୟ ଆଗେଇବ । ପତିତ ଧନ ହାତକୁ ଆସିବ । ଦୂରଯାତ୍ରା କାର୍ଯ୍ୟକ୍ରମ ସ୍ଥିର ବିଚାରରେ କରିବା ହିତକର । ନିର୍ମାଣ କାର୍ଯ୍ୟରେ ବ୍ୟୟ, ପରୋପକାର, ବୈଷୟିକ ଉନ୍ନତି ଓ ଧର୍ମ ବିଶ୍ୱାସ ଦୃଢ଼ ହେବ ।

କର୍କଟ: ଗଡ଼ି ଆସୁଥିବା ସମସ୍ୟା ସବୁର ଆଂଶିକ ଭାବରେ ସୁଧାର ଆଣିବେ । କର୍ମ ପ୍ରେରଣା ମନରେ ଉତ୍ସାହ, ବନ୍ଧୁ ସହଯୋଗ, ଆର୍ଥିକ ଉନ୍ନତି, ସାମାଜିକ ପ୍ରତିଷ୍ଠା, ନିମ୍ନ ଅଙ୍ଗରେ ବ୍ୟଥା, ସାଂସ୍କୃତିକ ଅନୁଷ୍ଠାନ ସହ ସମ୍ପର୍କ ଓ ଯାତ୍ରା ଶୁଭର ସୂଚନା ।

ସିଂହ: ଖଳ ବ୍ୟକ୍ତିଙ୍କର କାନକୁହା କଥା ନ ଶୁଣିବା ସବୁଠାରୁ ଭଲ । ନିଜର ଲୋକମାନେ ହିଁ ବିରୋଧୀ ହେବେ । ଶ୍ଳେଷ୍ମାପୀଡ଼ା କିମ୍ବା ଗଣ୍ଠିବ୍ୟଥା ଭୋଗ ହେବାର ଆଶଙ୍କା ଅଛି । ନିର୍ମାଣ କାର୍ଯ୍ୟରେ ବ୍ୟୟ, ସନ୍ତାନ ବର୍ଗରୁ ସୁଖ, ଉଚ୍ଚବର୍ଗ ସହିତ ସୁସମ୍ପର୍କ ରହିବ ।

କନ୍ୟା: ଚନ୍ଦ୍ରଙ୍କର ଅଷ୍ଟମ ସ୍ଥାନ ସ୍ଥିତି କିଛି ପରିମାଣରେ ପ୍ରତିକୂଳ ଫଳ ଦେଇପାରେ । ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିବେ । ଦେହ ଅସୁସ୍ଥ ରହିବ । ଆର୍ଥିକ ଉନ୍ନତି, କର୍ମ କ୍ଷେତ୍ରରେ ବିରୋଧ ଓ ବ୍ୟବସାୟରେ ସମ୍ମୁନ୍ନତିର ସୂଚନା ।

ତୁଳା: କେତେକ ବିଶେଷ ସୁଯୋଗ ହାତଛଡ଼ା କରିବେ । ପରୋପକାରରେ ଆତ୍ମସନ୍ତୋଷ ପ୍ରାପ୍ତି, ପୂଜା ପାର୍ବଣରେ ଆଗ୍ରହ, ସମୟୋପଯୋଗୀ ପରାମର୍ଶ ଲାଭ, ଶୁଭ ମଙ୍ଗଳ କାର୍ଯ୍ୟ ସବୁ ତ୍ୱରାନ୍ୱିତ କରିବେ । ନିମ୍ନବର୍ଗରୁ ସହଯୋଗ ମିଳିବ ।

ବିଛା: ଶତ୍ରୁ ବେଷ୍ଟିତ ରହିଲେ ମଧ୍ୟ କ୍ଷତିର ଆଶଙ୍କା ନାହିଁ । ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଭଲ ରହିବ । ପାରିବାରିକ ସ୍ନେହ ସଦ୍ଦିଚ୍ଛା, ଲୋକ କଲ୍ୟାଣ କାର୍ଯ୍ୟରେ ଆଗ୍ରହ, ଯାନବାହନରେ ବ୍ୟୟ, ଦ୍ରବ୍ୟ ଲାଭ ଓ ଧର୍ମାନୁଷ୍ଠାନ ସହ ସମ୍ପର୍କିତ ହେବେ ।

ଧନୁ: ଆମୋଦ ପ୍ରମୋଦ ମଧ୍ୟରେ ଦିନଟି ଅତିବାହିତ କରିବେ । ଗୃହରେ ଅତିଥି ଚର୍ଚ୍ଚା, ପରୋପକାର, ଆର୍ଥିକ ସ୍ୱଚ୍ଛଳତା, ବୃତ୍ତିରେ ନିଷ୍ଠା ଓ ବ୍ୟବହାର କୁଶଳତା ପ୍ରଦର୍ଶନରେ କାର୍ଯ୍ୟ ସାଧନ କରିବେ । ଆହାର ବିହାର ବିଶ୍ରାମ ନିୟମିତ ହେବ ।

ମକର: କଥା ଓ କାର୍ଯ୍ୟରେ ଯଥାର୍ଥ ସମନ୍ୱୟ ରକ୍ଷା କରିବା ଆବଶ୍ୟକ ଅଟେ । ପାରିବାରିକ ସ୍ଥିତି ଠିକ୍‌ ରହିବ । ମାନସିକ ଉଦବେଗ, ସ୍ନାୟବିକ ଦୁର୍ବଳତା ପରି ଦୈହିକ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ଯାନବାହନରେ ଅଯଥା ବ୍ୟୟ ଓ ଲୋକସମ୍ପର୍କରେ ଉନ୍ନତି ।

କୁମ୍ଭ: ଶୁଭ ମଙ୍ଗଳ କାର୍ଯ୍ୟାରମ୍ଭ ପାଇଁ ଦିନଟି ଶୁଭ । କର୍ମ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଆଣିପାରିବେ । ଉଚ୍ଚ ବର୍ଗରୁ ସହଯୋଗ ଶୁଭେଚ୍ଛା ମିଳିବ । ଦେବ କାର୍ଯ୍ୟରେ ନିଷ୍ଠା, ଗୁରୁ ବ୍ରାହ୍ମଣ ଭକ୍ତି ଓ ଭାବନାତ୍ମକ କ୍ଷେତ୍ରରେ ବିକାଶ ଘଟିବ ।

ମୀନ: ପରିବାର ପରିଜନଙ୍କ ପାଇଁ ମାନସିକ ଅସ୍ଥ଄ରତା ବଢ଼ିବ୤ ଆଧ୍ୟାତ୍ମିକ ଶକ୍ତିର ବିକାଶ, କର୍ମ କ୍ଷେତ୍ରରେ ଦୋଦୁଲ୍ୟମାନ ସ୍ଥିତି, ଭାବପ୍ରବଣତା, ସ୍ୱାଧୀନ ଚିନ୍ତାଧାରା ଓ ଦୂରଯାତ୍ରାରେ ସଫଳତା ମିଳିବ । ଭୂମି ସମସ୍ୟାର ସମାଧାନ କରିପାରିବେ ।

Leave A Reply

Your email address will not be published.

ବ୍ରେକିଂ