ଶନିବାର ରାଶିଫଳ: ଜାଣନ୍ତୁ କେଉଁ ରାଶିରେ ଅଛି ଶୁଭ ଫଳ ପ୍ରଦାନ

ମେଷ: ସ୍ଥିର ବିଚାରରେ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିବେ । କର୍ମକ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି, ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ, ବନ୍ଧୁ ବର୍ଗରୁ ପ୍ରେରଣା ଏବଂ ପରିବାରରେ ସସ୍ନେହ ପରିବେଶ ମିଳିବ । ଦୂରଗସ୍ତ କାର୍ଯ୍ୟକ୍ରମ ସୀମିତ କରିବା ଭଲ । ସ୍ୱସ୍ଥ୍ୟ ସମସ୍ୟା ଆସିବ ।

ବୃଷ: ଜ୍ଞାତି କୁଟୁମ୍ବରେ ବିରୋଧ ମାନସିକ ଅଶାନ୍ତି ଆସିପାରେ । ସମ୍ମାନାସ୍ପଦ ବ୍ୟକ୍ତିଙ୍କ ସାହଚର୍ଯ୍ୟ ପାଇବେ । ଜିଦ ଓ କ୍ଷଣକୋପ ବଢ଼ିବ । ଉଦର ପୀଡ଼ା କିମ୍ବା ପାର୍ଶ୍ବପୀଡ଼ାର ଆଶଙ୍କା ଅଛି । ଆୟ ବଢ଼ିବ । ଧର୍ମ କର୍ମରେ ନିଷ୍ଠା ଓ ରାଜନୀତିରେ ପ୍ରତିଷ୍ଠା ପାଇବେ ।

ମିଥୁନ: ସାତ୍ତ୍ୱିକ ଚେତନା ସମ୍ପନ୍ନ ହେବେ । କର୍ତ୍ତବ୍ୟ କର୍ମରେ ଅବହେଳା ପରିବେଶ ପ୍ରଭାବରେ ହୋଇପାରେ । ଆହାର ବିଶ୍ରାମ ଅନିୟମିତ ହେବ । ମୂଲ୍ୟବାନ ଗୃହୋପକରଣ କ୍ରୟ କରିବେ । ଆପଦ ବିପଦ ମୁକ୍ତ ରହିବେ । ରାଜନୀତିରେ ସ୍ୱଧୀନତା ଓ ସଚେତନତା ବଢ଼ିବ ।

କର୍କଟ: ଘାତଚନ୍ଦ୍ର ଭୋଗ ପାଇଁ ଦିନଟି ଅଶୁଭ ଅଟେ । ମନରେ ବ୍ୟାକୁଳତା ବଢ଼ିବ । ଅର୍ଥ ଅପବ୍ୟୟ, ଉଚ୍ଚବର୍ଗ ସହିତ ବଚସା, ମୂଲ୍ୟବୋଧ ଦ୍ରବ୍ୟ ନଷ୍ଟ, କର୍ମ କ୍ଷେତ୍ରରେ ମତାନ୍ତର, ଧର୍ମ କାର୍ଯ୍ୟରେ ନିଷ୍ଠା ନିଃସ୍ ଭାବରେ ଅପରକୁ ସାହାଯ୍ୟ କରିବେ ।

ସିଂହ: କଲ୍ୟାଣ ଚନ୍ଦ୍ର ସାରାଦିନ ଭୋଗ ହେବ । ମନରେ ଉତ୍ସାହ, କର୍ମ କ୍ଷେତ୍ରରେ ଆମୋଦଦାୟକ ସ୍ଥିତି, ପରୋପକାର, ଧ୍ୟାନ ଧାରଣାରେ ଆଗ୍ରହ, ସନ୍ତାନସନ୍ତତି ସୁଖ, ଆର୍ଥିକ ସ୍ୱଚ୍ଛଳତା, ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି ଓ ରାଜନୀତିରେ ଆଦୃତି ବଢ଼ିବ ।

କନ୍ୟା: ବ୍ୟସ୍ତ ବିବ୍ରତବୋଧ ମଧ୍ୟରେ ଦିନଟି ଅତିବାହିତ କରିବେ । ଆବଶ୍ୟକତାଠାରୁ ଅଧିକ ବ୍ୟୟରେ କାର୍ଯ୍ୟମାନ ସାଧିତ ହେବ । ପରିବାରରେ ସ୍ୱସ୍ଥ୍ୟ ସମସ୍ୟା, ସନ୍ତାନ ସନ୍ତତିଙ୍କ ପାଇଁ ଅସନ୍ତୋଷ, ଯାନବାହନ ସୁଖ ଓ ଆଧ୍ୟାତ୍ମିିକ କାର୍ଯ୍ୟରେ ଋଚି ରହିବ ।

ତୁଳା: ଦିନଟି ପ୍ରାୟ ସବୁ ଦିଗରୁ ଶୁଭଫଳ ପ୍ରଦାୟକ ହେବ । ମାନସିକ ପ୍ରଶାନ୍ତି, ଦୂର ସମ୍ପର୍କରୁ ଲାଭ, ଆତ୍ମୀୟ ସହଯୋଗ ଓ ଗୁରୁଜନଙ୍କ ଦେହପୀଡ଼ା ହ୍ରାସ ହେବ । ଅଣ୍ଟା ଓ ପାଦରେ ବ୍ୟଥା, ସମସ୍ୟାର ସହଜ ସମାଧାନ, ଦେବ କାର୍ଯ୍ୟରେ ପ୍ରେରଣା ପାଇବେ ।

ବିଛା: ଉଦ୍ୟମ ସଫଳ କରିପାରିବେ୤ କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ନୂତନ ଗୃହୋପକରଣ କ୍ରୟ, ଜମିଜମା ସମସ୍ୟା ସମାଧାନ, ସାମାଜିକ ନେତୃତ୍ୱ ଓ ଦୂର ଗମନରେ ଶୁଭଫଳପ୍ରାପ୍ତି।

ଧନୁ: ଦେହ ଓ ମନରେ ସୁସ୍ଥ ରହିବେ । ଲୋକ ସମ୍ପର୍କ ତ୍ୱରାନ୍ୱିତ ହେବ । କର୍ମ କ୍ଷେତ୍ରରେ ଦୃଢ଼ ମନୋବଳ, ଯାନବାହନ ନବୀକରଣ, ଆର୍ଥିକ ପ୍ରଗତି, ସଞ୍ଚୟ ଜମା ବୃଦ୍ଧି ଓ ପରିବାରରେ ଉତ୍ତମ ବୁଝାମଣା ରହିବ । ଧର୍ମାନୁଷ୍ଠାନ ସମ୍ପର୍କିତ ହେବାର ସୂଚନା ।

ମକର: ଦିନସାରା ଘାତଚନ୍ଦ୍ର ଭୋଗ ହେବ । ଦୂରଯାତ୍ରାରେ କ୍ଳାନ୍ତି ଅସଫଳତା ମିଳିବ । ଉପାଦେୟ ପରାମର୍ଶ ପାଇବେ । ଦେବତା ଭକ୍ତି, ପାରିବାରିକ ସୁଖ, ଅର୍ଥ ବ୍ୟୟ ଓ ପଡା ପଡୋଶୀ ସମ୍ପର୍କ ତିକ୍ତ ରହିପାରେ । ଅଣ୍ଟା ଓ ପିଠିରେ ସ୍ୱସ୍ଥ୍ୟ ସମସ୍ୟା ଆସିବ ।

କୁମ୍ଭ: ସଂସ୍କାର ମୂଳକ କର୍ମାରମ୍ଭ ପାଇଁ ଦିନଟି ପ୍ରଶସ୍ତ ଅଟେ । ଆତ୍ମୀୟ ଅନ୍ତରଙ୍ଗଙ୍କ ସମୟୋପଯୋଗୀ ସହଯୋଗ ପାଇବେ । ଉଦରପୀଡ଼ା ଓ ସ୍ନାୟୁ ସମସ୍ୟା ଅପରାହ୍ନଠାରୁ ଭୋଗ ହୋଇପାରୋ । ଆର୍ଥିକ ପ୍ରଗତି ଓ ରାଜନୀତିରେ ଜନାଦୃତି ଲାଭ କରିବେ ।

ମୀନ: ପୁରାତନ ରୋଗ ପୀଡ଼ା ଭୋଗ ଅନେକାଂଶରେ ହ୍ରାସ ପାଇବେ । କର୍ମ କ୍ଷେତ୍ରରେ ପରୋକ୍ଷ ଶତ୍ରୁଙ୍କ ଆଶଙ୍କା ଅଛି । ଯେକୌଣସି ପୁଞ୍ଜିନିବେଶ ସ୍ଥିର ବିଚାର ଓ ଉପଯୁକ୍ତ ପରାମର୍ଶକ୍ରମେ କରଣୀୟ । ପରିବାରରେ ଆପୋଷ ବୁଝାମଣା ରହିବ ।

Leave A Reply

Your email address will not be published.

ବ୍ରେକିଂ