ଶନିବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ: ଆମୋଦ ପ୍ରମୋଦ ମଧ୍ୟରେ ଦିନଟି ବିତିବ । ଗୃହରେ ବନ୍ଧୁମିଳନ, ସୁସମ୍ବାଦ ପ୍ରାପ୍ତି, ସାଙ୍ଗଠନିକ ଦକ୍ଷତା, ସ୍ବାଧୀନତା ଓ ଆର୍ଥÒକ ସ୍ୱଚ୍ଛଳତା ମିଳିବ । ଧର୍ମୀୟ ଅନୁଷ୍ଠାନ ସହ ସମ୍ପୃକ୍ତି, ରାଜନୀତିରେ ସମ୍ମାନ, ଲକ୍ଷ୍ୟ ପୂରଣ ଓ ଯାତ୍ରା ଶୁଭର ସମ୍ଭାବନା ଅଛି ।

ବୃଷ: ମହତ ଚିନ୍ତା ସବୁକୁ ସଫଳ କାର୍ଯ୍ୟରୂପ ଦେଇପାରିବେ । ଲୋକ ସମ୍ପର୍କ ତଥା କଲ୍ୟାଣକର କାର୍ଯ୍ୟରେ ଆତ୍ମସନ୍ତୋଷ ପାଇବେ । ପରିବାରରେ ଦୁଃଶ୍ଚିନ୍ତାରୁ ମୁକ୍ତ ରହିବା କଷ୍ଟକର ହେବ । ରାଜନୀତିରେ ଆସନ ଓ ସଙ୍ଗଠନ ଉଭୟ ଦୁର୍ବଳ ରହିବ ।

ମିଥୁନ: ଅନାଗତ ଅସୁବିଧା ପାଇଁ କର୍ମକ୍ଷେତ୍ରରେ ଚିନ୍ତିତ ରହିବେ । ଉଦର ପୀଡ଼ା କିମ୍ବା ରକ୍ତଚାପ ଆଦି ବଢ଼ିବାର ଆଶଙ୍କା ଅଛି । ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ ଆଶାନୁରୂପ ନ ହୋଇପାରେ । ଧର୍ମ ଧାରଣା ବଢ଼ିବ୤ ପାରିବାରିକ ସୁଖ ସ୍ବାଚ୍ଛନ୍ଦ୍ୟ ପ୍ରାପ୍ତି ହେବ ।

କର୍କଟ: ଘାତଚନ୍ଦ୍ର ଭୋଗ ହେତୁ ଦିନଟି ପ୍ରତିକୂଳ ଫଳଦାୟକ ହେବ । ମନରେ ଅଶାନ୍ତି, କର୍ମକ୍ଷେତ୍ରରେ ସମସ୍ୟା ବୃଦ୍ଧି, ବାୟୁଜନିତ ପୀଡ଼ା, କାର୍ଯ୍ୟ ମନ୍ଥରତା ଓ ଯାନବାହନରେ ଦୂରଯାତ୍ରା ଗ୍ରହଣୀୟ ନୁହେଁ । ପାରିବାରିକ ଉତ୍ତମ ବୁଝାମଣା ଓ ଦେବ କାର୍ଯ୍ୟରେ ନିଷ୍ଠା ।

ସିଂହ: ଶ୍ରୀଚନ୍ଦ୍ର ଭୋଗ ହେବ ସାରାଦିନ । କର୍ମକ୍ଷେତ୍ରରେ ଦାୟିତ୍ବ ବଢ଼ିବ । ଆୟ ପ୍ରଶାସ୍ତ ହେବାର ସମ୍ଭାବନା । କାର୍ଯ୍ୟର ଧାରା ପରିବର୍ତ୍ତିତ ହେବ । ଲୋକ ସମ୍ପର୍କ ବୃଦ୍ଧି, କୁଟୁମ୍ବ ସୁଖ, ବନ୍ଧୁ ପରିଜନଙ୍କ ସହଯୋଗ ଓ ସାମାଜିକ ଅନୁଷ୍ଠାନ ସହ ସମ୍ପୃକ୍ତି ବଢ଼ିବ ।

କନ୍ୟା: ଅଯଥା ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ଅଶାନ୍ତି, ଆୟ ହ୍ରାସ ଓ ବ୍ୟୟ ବୃଦ୍ଧି, ଦ୍ରବ୍ୟ ନଷ୍ଟ, ସ୍ୱାସ୍ଥ୍ୟ ଚିନ୍ତା ଆଦି ଭୋଗ ହେବ । ଉଚ୍ଚ କର୍ତ୍ତୃପକ୍ଷଙ୍କର ସହଯୋଗ ପର୍ଯ୍ୟାପ୍ତ ହେବନାହିଁ । ପାରିବାରିକ ସୁଖ ଓ ରାଜନୀତିରେ ନୀତିନିଷ୍ଠ ହେବେ ।

ତୁଳା: ସମୟ ଓ ସୁଯୋଗର ସଠିକ ଉପଯୋଗ କରିପାରିବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ଗ୍ରହଣ କରିବେ । ସ୍ୱାସ୍ଥ୍ୟ ଅପେକ୍ଷା ସେପରି ଚିନ୍ତାଜନକ ନୁହେଁ । ଗୁରୁଜନବର୍ଗରୁ ଆଶୀର୍ବାଦ ଓ ପରାମର୍ଶ ମିଳିବ । ଆଧ୍ୟାତ୍ମିକ ଚେତନା ଓ ଅନୁପ୍ରେରଣା ପାଇବେ ।

ବିଛା: କର୍ମକ୍ଷେତ୍ରରେ ଅଶାନ୍ତି ଓ ଅସହଯୋଗ ବହୁ ପରିମାଣରେ କମ ହେବ । ଅର୍ଥ ଭାଗ୍ୟ ସନ୍ତୋଷଜନକ ରହିବ । ମନରେ ଉତ୍ସାହ, ଶତ୍ରୁ ବିଜୟ, ରାଜନୀତିରେ ଯଶ ପ୍ରତିଷ୍ଠା, ଦ୍ରବ୍ୟ ଲାଭ, ଲୋକ କଲ୍ୟାଣ କାର୍ଯ୍ୟରେ ଋଚି ଓ ପାରିବାରିକ ସୁଖ ପାଇବେ ।

ଧନୁ: କର୍ତ୍ତବ୍ୟ କର୍ମ ସମ୍ପାଦନରେ ନିଜକୁ ବ୍ୟସ୍ତ ରଖିବେ । ପ୍ରିୟଜନଙ୍କଠାରୁ ସହଯୋଗ ଓ ଆଶୀର୍ବାଦ ମିଳିବ । ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠା, ଲୋକ ସମ୍ପର୍କରେ ଅଭିବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ, ସ୍ୱାଧୀନତା ଓ ରାଜନୀତି କ୍ଷେତ୍ରରେ ଅସହାୟତା ବଢ଼ିବ ।

ମକର: ସାମାଜିକ ପ୍ରତିଷ୍ଠା ହାନୀ, ବନ୍ଧୁରେ ମନୋମାଳିନ୍ୟ, ଆର୍ଥିକ ଅନଟନ, ଦ୍ରବ୍ୟ ନଷ୍ଟ, ବୃଥା ବ୍ୟୟ ଓ ଦୂର ଯାତ୍ରାରେ କ୍ଷତି ଆଦି ଅଶୁଭ ଫଳ ଘାତଚନ୍ଦ୍ର ପାଇଁ  ଭୋଗ କରିବେ । ନିର୍ମାଣ କାର୍ଯ୍ୟ ଗତିଶୀଳ ହେବ । ପଶୁ ସମ୍ପଦ ଲାଭ ଓ ରାଜନୀତିରେ ସମର୍ଥନ ମିଳିବ ।

କୁମ୍ଭ: ସମସ୍ୟା ସମାଧାନ ଅନାୟାସରେ କରିପାରିବେ । କର୍ମକ୍ଷେତ୍ରରେ ଦାୟିତ୍ୱ ଚାପରେ ଅତିଷ୍ଠ ହୋଇପାରନ୍ତି । ବନ୍ଧୁ ପ୍ରିୟଜନଙ୍କ ଅସନ୍ତୋଷ ସାଧାରଣ କାରଣରୁ ଆସିବ । ନିର୍ମାଣ କାମ ଆଗେଇବ । ଅଣ୍ଟା ଓ ପାଦରେ ବ୍ୟଥା, ଅଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ।

ମୀନ: ଯାନବାହନ କିମ୍ବା ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ବଢ଼ିପାରେ । ଆୟର ସ୍ଥିତି ଅପରିବର୍ତ୍ତିତ ରହିବ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ । ଦୂରଯାତ୍ରାରେ କ୍ଳାନ୍ତି, ସଭା ସମିତିରେ ଯୋଗଦାନ ଓ ଆହାର ବିହାରରେ ନିୟମିତ ହେବେ ।

Leave A Reply

Your email address will not be published.

ବ୍ରେକିଂ