ଶନିବାର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କ ରହିଛି ଶୁଭଫଳ

ମେଷ: ସ୍ଥିର ବିଚାର ଓ ସିଦ୍ଧାନ୍ତ କାର୍ଯ୍ୟ ସଫଳତା ପାଇଁ ସହାୟକ ହେବ।  ଦୈହିକ ସ୍ୱାସ୍ଥ୍ୟରେ ଅବନତି, ମାନସିକ ଅବସାଦ, ବନ୍ଧୁମାନଙ୍କର ଅସହଯୋଗ ଓ ପରିବାରରେ ବୁଝାମଣାର ଅଭାବ ଆସିପାରେ।  ପରମାର୍ଥିକ ଚିନ୍ତା ଓ ଚେତନା ବୃଦ୍ଧି ପାଇବ।

ବୃଷ: ଉଦ୍ୟମ ଓ ଉଦଯୋଗ ସଫଳ ହେବ।  ବନ୍ଧୁ ପରିଜନଙ୍କଠାରୁ ଆଗ୍ରହ ଓ ଆନ୍ତରିକତା ପାଇବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ଓ ଆସ୍ଥାବାନ ହେବେ । ଯାନବାହନରେ ଲାଭ, ପାରିବାରିକ ହସଖୁସି, ସ୍ୱାର୍ଥପର ମନୋଭାବ ଓ ଦୂରଯାତ୍ରାରେ ସିଦ୍ଧି ମିଳିବ।

ମିଥୁନ: ପାଦେ ଆଗେଇ ଦୁଇପାଦ ଫେରିବାର ସମ୍ଭାବନା ଅଛି॥ ବନ୍ଧୁମାନଙ୍କର ପ୍ରତିଶ୍ରୁତି କାର୍ଯ୍ୟକାରୀ ନହୋଇପାରେ। ଅଣ୍ଟା ପିଠିରେ ସ୍ୱାସ୍ଥ୍ୟ ସମସ୍ୟା ଲାଗିରହିବ॥ ଦୂର ସମ୍ପର୍କୀୟ ଆତ୍ମୀୟମାନଙ୍କ ସହଯୋଗ ମିଳିବ। ଜମିଜମା ବିବାଦର ସମାଧାନ କରିବେ॥

କର୍କଟ: ଶ୍ରୀ ଚନ୍ଦ୍ରର ପ୍ରଭାବରେ ଦିନଟି ଶୁଭକାରକ ହେବ। ସାମାଜିକ ପ୍ରତିଷ୍ଠା, କର୍ମକ୍ଷେତ୍ରରେ ସମ୍ମାନ, ନିମ୍ନବର୍ଗର ସହଯୋଗ, ଉଦର କିମ୍ବା ଅଣ୍ଟାରେ ଅସୁସ୍ଥତା ଓ ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ରାତି ୮ ଘ. ୪୧ ମି.ଠାରୁ ଘାତଚନ୍ଦ୍ର ପାଇଁ ସମୟ ଅଶୁଭ। 

ସିଂହ: ପରିବାର ଓ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବାରେ ଅସଫଳ ହୋଇପାରନ୍ତି। ବିନା କାରଣରେ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ। ଦୂରଯାତ୍ରାରେ ବ୍ୟୟ, ବୌଦ୍ଧିକ ଚିନ୍ତାଧାରାର ବିକାଶ, ସାମାଜିକ ପ୍ରତିଷ୍ଠା ଓ ସମ୍ମାନ, ରାଜନୈତିକ କ୍ଷେତ୍ରରେ ପ୍ରତିପତ୍ତି ହ୍ରାସର ସମ୍ଭାବନା ରହିଛି ।

କନ୍ୟା: ଦିନଟି ପ୍ରାୟ ସବୁ ଦିଗରୁ ଶୁଭଫଳଦାୟକ ହେବ।  ବସ୍ତ୍ରାଦି ଆଭୂଷଣ ପାଇବେ।  ବିବାଦ ଜୟ, ଲୋକ ସମ୍ପର୍କରେ ଅଭିବୃଦ୍ଧି ଓ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ଅବ୍ୟାହତ ରହିବ।  ବ୍ୟବସାୟ ବାଣିଜ୍ୟରେ ଉନ୍ନତି ଓ ରାଜନୀତିରେ ସମାଦୃତି ମିଳିବ। 

ତୁଳା: ଦୀର୍ଘସ୍ଥାୟୀ ଅସୁସ୍ଥତାକୁ ବାଦ ଦେଲେ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ରହିବ ନାହିଁ।  ଲୋକ କଲ୍ୟାଣ ଦିଗରେ ସହଯୋଗୀ ହେବେ। ପୂଜାପାର୍ବଣରେ ନିଷ୍ଠା, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଶତ୍ରୁ ବିଜୟ ଓ ଗୃହରେ ମଙ୍ଗଳ କାର୍ଯ୍ୟାରମ୍ଭ କରିପାରିବେ।

ବିଛା: ଦିନଟି ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ।  ଦେହ ସୁସ୍ଥ ରହିବ,ମାନସିକ ପୂରଣର ଅବସର ପାଇବେ। କର୍ମକ୍ଷେତ୍ରରେ ବ୍ୟସ୍ତତା ବଢ଼ିବ।  ଉଚ୍ଚ କର୍ତ୍ତୃପକ୍ଷଙ୍କ ଚାପ ମଧ୍ୟ ପଡ଼ିପାରେ। ପାରିବାରିକ ସୁଖ, ଯାନବାହନ ସୌଭାଗ୍ୟ ଓ ରାଜନୀତିରେ  ସନ୍ତୁଷ୍ଟ ରହିବେ। 

ଧନୁ: ଚନ୍ଦ୍ରଙ୍କର ଅଷ୍ଟମ ସ୍ଥାନ ସ୍ଥିତି ସନ୍ଧ୍ୟା ପର୍ଯ୍ୟନ୍ତ ଭୋଗ ହେବ। ଶରୀର ପୀଡ଼ାର ଆଶଙ୍କା ଅଛି।  ଲେଖାପଢ଼ା ଓ ଦେବାଦେବୀ କାର୍ଯ୍ୟରେ ଏକନିଷ୍ଠ ହେବେ।  କର୍ମକ୍ଷେତ୍ରରେ ପୂର୍ବ ସ୍ଥିତି ଅବ୍ୟାହତ ରହିବ।  ଆର୍ଥିକ ସ୍ବଚ୍ଛଳତା ଓ ବ୍ୟବସାୟର କ୍ଷେତ୍ର ପରିସର ବଢ଼ିବ।

ମକର: ପରିବେଶ ଓ ସୁଯୋଗ ଉଭୟର ସଦୁପଯୋଗ କରିବା ଆବଶ୍ୟକ। ଦୂରଯାତ୍ରା ଗ୍ରହଣୀୟ ନୁହେଁ।  ପାରିବାରିକ ଶାନ୍ତି ସନ୍ତୋଷ ଅବ୍ୟାହତ ରହିବ।  କର୍ମକ୍ଷେତ୍ରରେ ବିରୋଧର ସାମ୍ନା କରିବେ।  ରାତି ୮ ଘ.୪୧ ମି.ଠାରୁ ଘାତଚନ୍ଦ୍ର ଭୋଗାରମ୍ଭ ପାଇଁ ସମୟ ଅଶୁଭ।

କୁମ୍ଭ: କର୍ମକ୍ଷେତ୍ରରେ ନିଷ୍ଠା ଓ ଅଧ୍ୟବସାୟ ଯୋଗୁ କେତେକ ବିଶେଷ ପରିବର୍ତ୍ତନ ଆଣିବେ। ମାନସିକ ପ୍ରଶାନ୍ତି ମିଳିବ। କୁଟୁମ୍ବ ସୁଖ, ପରିଜନରୁ ସହଯୋଗ, ବ୍ରତ ଉପବାସରରେ ନିଷ୍ଠା, ସାଙ୍ଗଠନିକ ଦକ୍ଷତା ବୃଦ୍ଧି ଓ ରାଜନୈତିକ କ୍ଷେତ୍ରରେ ସଫଳ ବୁଝାମଣା ରହିବ।

ମୀନ: ଦିନଟି ଅନେକାଂଶରେ ଶୁଭଫଳ ପ୍ରଦାୟକ ହେବ।  ବନ୍ଧୁମାନଙ୍କୁ ସହିତ ମତଭେଦ ଦୂର କରିପାରିବେ।  ଲୋକ କଲ୍ୟାଣ କାର୍ଯ୍ୟରେ ଆଗ୍ରହ, ମୂଲ୍ୟବାନ ଗୃହୋପକରଣ କ୍ରୟ, ସନ୍ତାନ ବର୍ଗରୁ ସୁଖ ସନ୍ତୋଷ, ଯାତ୍ରା ଶୁଭ ଓ ଇଶ୍ୱର ନିଷ୍ଠା ଅଧିକ ରହିବ।

Leave A Reply

Your email address will not be published.

ବ୍ରେକିଂ