ଅନୀଲ ଦେଶମୁଖଙ୍କ ବଟି ଆଦାୟ ମାମଲାର ତଦନ୍ତ ସିବିଆଇ କରିବ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଲାଗିଛି ବଡ ଝଟକା । ଦୁର୍ନୀତିରେ ଛନ୍ଦି ହୋଇଥିବା ଅନୀଲ ଦେଶମୁଖଙ୍କ ମାମଲାରେ ତଦନ୍ତ କରିବ ସିବିଆଇ । ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି ।  ଏଥିସହ ନିଜ ରାୟରେ ଦର୍ଶାଇଛନ୍ତି ଯେ ଅନୀଲ ଦେଶମୁଖ ଓ ଅଭିଯୋଗ ଆଣିଥିବା ପରମବୀର ସିହଂ ଉଭୟ ବଡ ପଦାଧିକାରୀ ଥିଲେ । ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏକ ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ କରାଯିବା ଆବଶ୍ୟକ ।

ତେଣୁ ଏ ସମ୍ପର୍କରେ ବମ୍ବେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ଆମେ ଚାହୁଁନାହୁଁ ବୋଲି ରୋକଠୋକ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂ  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପତ୍ର ଲେଖି ଅନୀଲଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ମାସକୁ ୧୦୦ କୋଟି ଚାନ୍ଦା ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନୀଲ ଦେଶମୁଖ ନିର୍ଦ୍ଦେଶ ଦେଇଥିବା ସେ ନିଜ ଅଭିଯୋଗରେ କରିଥିଲେ  ।

Leave A Reply

Your email address will not be published.

ବ୍ରେକିଂ