କଟକ ଏସସିବିରେ ୯ ଇକମୋ ମେସିନ ଲାଗିବ

ଭୁବନେଶ୍ୱର: କଟକ ଏସ୍‌ସିବି ମେଡିକାଲରେ ୯ ଇକମୋ ମେସିନ ଲାଗିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାକୁ ୯ଟି ଇକମୋ ମେସିନ୍‌ ଆସିବ ସେଥିରୁ ୬ଟିକୁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଓ  ବାକି ୩ଟି ମେସିନ୍‌ ସିଏସ୍‌ଆର୍‌ ପାଣ୍ଠିରୁ କିଣାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଏହାର ପରିଚାଳନା ପାଇଁ ଆବଶ୍ୟକ ବିଶେଷଜ୍ଞ ଚୟନ ସରିଛି। ସେମାନଙ୍କୁ ଟ୍ରେନିଂ ଦେବାକୁ କୋଲକାତା ପଠାଯିବ। ଜୁଲାଇ ୩୧ ସୁଦ୍ଧା ଟ୍ରେନିଂ ସରିବ। ଅଗଷ୍ଟ ୧୫ ତାରିଖରୁ ଇକମୋ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସେପଟେ କରୋନା ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର  କହିଛନ୍ତି, ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଆସୁଛି, ତାହା ବର୍ତ୍ତମାନର ନୁହେଁ। ଆଜି ଆସୁଥିବା ମୃତ୍ୟୁସଂଖ୍ୟା ଗତକାଲିର ଘଟଣା ନୁହେଁ। କୋଭିଡ୍‌ ମୃତ୍ୟୁ ୩ ଥାକିଆ ଅଡିଟ୍‌ କମିଟି ଦ୍ୱାରା ସ୍ଥିର ହୋଇଥାଏ। ସଂପୃକ୍ତ ମେଡିକାଲ, ଜିଲ୍ଲା ଓ ରାଜ୍ୟ କମିଟି ଅଡିଟ କରିଥାଏ। ମେ ଓ ଜୁନ୍‌ରେ ପ୍ରବଳ କେସ ଥିବାରୁ ଡାକ୍ତର ସମୟ ପାଇନଥିଲେ। ମେ ଓ ଜୁନ୍‌ରେ ଘଟିଥିବା ମୃତ୍ୟୁକୁ ସମୀକ୍ଷା କରାଯାଇ ଏବେ ସଂଖ୍ୟା ଆସୁଛି ବୋଲି ଏସିଏସ୍‌ ଶ୍ରୀ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ