କଟକ : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଧେଶ । ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାରେ ତଥ୍ୟ ଦେବା ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେତେ ପ୍ରତିଶତ ଫି କମାଯାଇ ପାରିବ ସେ ନେଇ ରାଜ୍ୟ ସରକାରଙ୍କ ଠାରୁ ମତ ଲୋଡିଛନ୍ତି ହାଇକୋର୍ଟ । ଏହି ମାମଲାରେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି ।
ଲକଡାଉନ ସମୟରେ ସ୍କୁଲ ବନ୍ଦ ଥିବାରୁ ଫି’ କମାଇବା ଲାଗି ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଦାବି ହୋଇଥିଲା । ତେବେ ସତ୍ୟପାଠ ଜରିଆରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି ।