ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

ବରଗଡ : ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ । ବରଗଡ ଜିଲ୍ଲା ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି ।

ପ୍ରମୋଦ ପାଣିଗ୍ରାହୀଙ୍କ ବରଗଡ ଜିଲ୍ଲାର ବରପାଲି ଏବଂ  ଡୁଙ୍ଗୁରିପାଲି ଘର ସମେତ ଏକକାଳୀନ 5 ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଗାଣ୍ଠିଆପାଲି ପଞ୍ଚାୟତ ହାଇସ୍କୁଲର ପ୍ରଧାନ‌ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ତିଲେଇମାଳରେ ଥିବା ପୈତୃକ ଘର, ସୋନପୁର ଜିଲା ଡୁଙ୍ଗୁରିପାଲି ସ୍ଥିିତ ତାଙ୍କ ଘରେ, ଗାଣ୍ଠିଆପାଲି ସ୍ଥିତ କାର୍ଯ୍ୟାଳୟରେ, ବରପାଲି କପିଳେଶ୍ବରନଗର ସ୍ଥିତ ବାସଭବନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ କରିଥିବା ଜାଣିବାକୁ ମିଳିଛି। ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ମିଶି ମିଳିତ ଚଢ଼ାଉ କରିଥିବା ସୂଚନା ରହିଛି।

Leave A Reply

Your email address will not be published.

ବ୍ରେକିଂ