ଫେବ୍ରୁଆରୀ ୮ରୁ ଖୋଲିବ ନବମ ଓ ଏକାଦଶ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ଘୋଷଣା ଦଶମ ପରେ ଏବେ ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାରଙ୍କ। ଫେବ୍ରୁଆରୀ ୮ରୁ ଏପ୍ରିଲ ୩୦ ଯାଏ କ୍ଲାସ୍ ଚାଲିବ । କୋଭିଡ୍ କଟକଣା ଭିତରେ ପିଲାମାନେ ସ୍କୁଲ ଆସି ପାଠ ପଢିବେ ।
ମହାମାରୀ କରୋନା ପାଇଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ତେବେ ଜାନୁଆରୀ ମାସ ଗାଇଡ୍ଲାଇନ୍ରେ ରାଜ୍ୟ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲେ। କରୋନା ଗାଇଡ୍ଲାଇନ୍ ଅନୁସାରେ କ୍ଲାସ ହେବାକୁ କୁହାଯାଇଥିଲା। କୋର୍ସ ସାରିବାକୁ ରବିବାର କ୍ଲାସ ନିର୍ଦ୍ଦେଶ ଦିଆଯାଇଛି। ଏବେ ସେହି ଫର୍ମାଟରେ ନବମ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।