କାଲିଠୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ

 ଭୁବନେଶ୍ୱର : ଆସନ୍ତାକାଲିଠାରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ । ଶ୍ରେଣୀଗୃହରେ ପୁଣି ଥରେ ପାଠ ପଢ଼ିବେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ।

ନିୟମନୁସାରେ, ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଦୁଇ ଘଣ୍ଟା ଭିତରେ ରହିବ ୩ଟି ପିରିୟଡ । ଗଣିତ, ଇଂରାଜୀ, ବିଜ୍ଞାନ ଓ ସାମାଜିକ ବିଜ୍ଞାନକୁ ଗୁରୁତ୍ବ ଦିଆଯିବ । ପ୍ରତି ଶ୍ରେଣୀ ଗୃହରେ ସମାଜିକ ଦୂରତା ରଖି ୨୦ରୁ ୨୫ ଛାତ୍ରଛାତ୍ରୀ ପଢ଼ିବେ । ନବମ ଓ ଏକାଦଶ ପାଇଁ ରବିବାର ଛୁଟି ରହିବ । କୋଭିଡ୍‌ ନିୟମାବଳୀ ଓ ଅଭିଭାବକଙ୍କ ଅନୁମତି ସହ ପାଠପଢ଼ା ଚାଲିବ ।

ରବିବାର ଭୁବନେଶ୍ୱର ବାଣୀବିହାର ୟୁନିଭରସିଟି ସ୍କୁଲ ପରିଦର୍ଶନ କରି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । କୋଭିଡ୍ କଟକଣା ଭିତରେ ପାଠପଢ଼ା ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ