ସି-ସୋରର ୬୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର: ବାଜ୍ୟାପ୍ତି ହେବ  ସି-ସୋରର ସ୍ଥାବର ଅସ୍ଥାବର ସମ୍ପତ୍ତି । ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ସି ସୋର ସଂସ୍ଥାର ୬୫୦ କୋଟି ଟଙ୍କାର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ଲାଗି କଟକର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଥଛନ୍ତି  ।

ସଂସ୍ଥାର ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨ କ୍ୱିଣ୍ଟାଲ ରୁପା, ବ୍ୟାଙ୍କରେ ଜମା ଥିବା ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାଜ୍ୟାପ୍ତ ହେବାକୁ ଥିବା ଏହି ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ ସହ ନିଲାମରୁ ଲବ୍ଧ ଅର୍ଥକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 ସୂଚନାଯୋଗ୍ୟ, ସିସୋର ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ଲାଗି କଟକ ଏଡିଏମ୍ ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ପକ୍ଷରୁ ସ୍ୱତନ୍ତ୍ର ଚିଟଫଣ୍ଡ୍ ଅଦାଲତରେ ଆବେଦନ କରାଯାଇଥିଲା। ଅନ୍ୟପକ୍ଷରେ କୋର୍ଟଙ୍କ ରାୟକୁ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ସ୍ୱାଗତ କରିଛନ୍ତି ।

 

Leave A Reply

Your email address will not be published.

ବ୍ରେକିଂ