ଜାନୁଆରୀ ୮ରେ ଦେଶର ସମସ୍ତ ଜିଲ୍ଲାରେ ହେବ ଭ୍ୟାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଇ ରନ୍‌

ନୂଆଦିଲ୍ଲୀ: ଜାନୁଆରୀ ୮ ତାରିଖରେ ହେବ କୋଭିଡ ଭ୍ୟାକ୍ସିନର ଦ୍ୱିତ୍ୱୀୟ ପର୍ଯ୍ୟାୟ ଡ୍ରାଏ ରନ୍ । ଭ୍ୟାକ୍ସିନେସନ ପାଇଁ ପ୍ରଥମ ଡ୍ରାଇ ରନ ୨୮ ଓ ୨୯ ଡିସେମ୍ବରରେ ଦେଶର ୪ ରାଜ୍ୟରେ କିଛି ସ୍ଥାନରେ କରାଯାଇଥିଲା । ଏହାପରେ ଜାନୁୟାରୀ ୨ରେ ପୁରା ଦେଶରେ ପ୍ରଥମ ଡ୍ରାଇ ରନ ସମସ୍ତ ରାଜ୍ୟର କିଛି ଜିଲ୍ଲାରେ କରାଯାଇଥିଲା ।
ଏବେ ଜାନୁୟାରୀ ୮ ତାରିଖରେ ହେବାକୁ ଥିବା ଡ୍ରାଇ ରନ୍ ଦେଶର ସମସ୍ତ ରାଜ୍ୟର‌, ସମସ୍ତ ଜିଲ୍ଲାରେ ହେବ । ଦେଶରେ କୋଭିଡ ଭ୍ୟାକ୍ସିନ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଗୁରୁବାର ଦ୍ୱିପ୍ରହର ୧୨.୩୦ରେ ଏହି ବୈଠକ ହେବ ।
ସୂଚନାଯୋଗ୍ୟ, ଭାରତରେ ଭ୍ୟାକ୍ସିନକୁ ଜରୁରୀକାଳିନ ଭାବରେ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି । ଆଉ କିଛି ଦିନ ପରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ସରକାର ସ୍ପଷ୍ଟ କରିସାରିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡିର ଯୋଦ୍ଧାଙ୍କୁ ଟିକା ଦିଆଯିବ ।

Leave A Reply

Your email address will not be published.

ବ୍ରେକିଂ